ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, 2 ନକ୍ସଲ ନିହତ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ସୀମାନ୍ତରେ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଯବାନଙ୍କ ଗୁଳିରେ 2 ଜଣ ନକ୍ସଲ ନିହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗ୍‌ର କାଙ୍କେର ଜିଲ୍ଲା‌ରେ ହୋଇଥିବା ଗୁଳିବିନିମୟରେ 2 ନକ୍ସଲ ନିହତ ହୋଇଛନ୍ତି ।
ଘଟଣାସ୍ଥଳରୁ ଯବାନମାନେ ବନ୍ଧୁକ ସହ ବହୁ ପରିମାଣରେ ମାଓ ସାମଗ୍ରୀ ଜବତ କରିଛନ୍ତି ।

aarmy

ମିଳିଥିବା ସୂଚନା ଅନୁଯାୟୀ, ‌କାଙ୍କେର ଜିଲ୍ଲା କୋୟେଲିବେଡା ଥାନା ଅନ୍ତର୍ଗତ ଚିଲପରସ ଓ ଗୋମେ ମଧ୍ୟରେ ଥିବା ଜଙ୍ଗଲରେ ଶୁକ୍ରବାର ରାତିରେ କିଛି ମାଓବାଦୀ ରହିଥିବା ନେଇ ସ୍ଥାନୀୟ ପୋଲିସକୁ ସୂଚନା ମିଳିଥିଲା । ଏହା ପରେ ବିଏସଏଫ୍ ଓ ଡିଆରଜି ଯବାନମାନେ ମିଳିତ ଭାବରେ ସର୍ଚ୍ଚ ଅପରେସନରେ ବାହାରିଥିଲେ ।

ଆଜି ସକାଳ 7.45 ମିନିଟ ବେଳକୁ ଯବାନମାନ‌େ ଗୋମେ ଗ୍ରାମ ନିକଟ ଜଙ୍ଗଲରେ ମାଓ କ୍ୟାମ୍ପ ଥିବା ଠାବ କରିଥିଲେ । ଯବାନମାନଙ୍କୁ ଦେଖି ମାଓବାଦୀମାନ‌େ ଗୁଳିଚାଳନା ଆରମ୍ଭ କରିଦେଇଥିଲେ । ଏହାର ପାଲଟା ଜବାବରେ ଯବାନମାନେ ମଧ୍ୟ ଗୁଳିଚାଳନା କରଥିଲେ । ଯବାନଙ୍କ ଗୁଳିରେ 2 ମାଓବାଦୀ ନିହତ ହୋଇଥିବା ବେଳେ ଅନ୍ୟ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ପରେ ଯବାନମାନେ ସର୍ଚ୍ଚଅପରେସନ ବେଳେ ଘଟଣାସ୍ଥଳରୁ 2 ଜଣ ପୁରୁଷ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+