ସୁରକ୍ଷା କର୍ମୀ ଓ ନକ୍ସଲ ମୁହାଁମୁହିଁ; 2 ଦୁର୍ଦ୍ଦାନ୍ତ ନକ୍ସଲ ନିହତ
ମାଲକାନଗିରି: ଏନକାଉଣ୍ଟରରେ ନିହତ ହେଲେ 2 ନକ୍ସଲ । ମାଲକାନଗିରି ସୀମାନ୍ତରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷା କର୍ମୀ ଓ ନକ୍ସଲ । ଏହି ସମୟରେ ଏନକାଉଣ୍ଟରରେ 2 ଦୁର୍ଦ୍ଦାନ୍ତ ନକ୍ସଲ ନିହତ ହୋଇଛନ୍ତି ।
ବୁଧବାର ସକାଳେ ଛତିଶଗଡ଼ ଦନ୍ତେୱାଡ଼ାର ନାହାଡି ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ପୋଲିସ ଗୁଳିରେ ଦୁଇଜଣ ନକ୍ସଲ ନିହତ ହୋଇଛନ୍ତି । ଉଭୟ ନକ୍ସଲଙ୍କ ମୃତଦେହ ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି ।

ପ୍ରାୟ ଅଧ ଘଣ୍ଟା ଧରି ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏହି ଘଟଣା ଆରାନପୁର ପୁଲିସ ଥାନା ଅଞ୍ଚଳରେ ଘଟିଥିବା ଜଣାଯାଇଛି ।
ଜିଲ୍ଲାର କାକାଡି ଏବଂ ନାହାଡି ଜଙ୍ଗଲରେ ବହୁ ସଂଖ୍ୟାରେ ନକ୍ସଲ ଉପସ୍ଥିତି ନେଇ ପୋଲିସ୍ ସୂଚନା ପାଇଥିଲା । ମଙ୍ଗଳବାର ରାତିରେ ପୋଲିସ କର୍ମୀଙ୍କୁ ଅପରେସନ୍ ପାଇଁ ପଠାଯାଇଥିଲା । ବୁଧବାର ସକାଳେ ଏହି ଟିମ୍ କାକାଡି-ନାହାଡି ଜଙ୍ଗଲରେ ପହଞ୍ଚିବା ପରେ ସେଠାରେ ନକ୍ସଲମାନେ ପୋଲିସ୍ ଉପରକୁ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ ।
ଏହାର ଜବାବ ରେ ପାଲଟା ଗୁଳି ଚାଲନା କରିଥିଲେ ପୋଲିସ କର୍ମୀ । ପ୍ରାୟ ଅଧ ଘଣ୍ଟା ଧରି ଉଭୟ ପାର୍ଶ୍ୱରୁ ପ୍ରବଳ ଗୁଳି ବିନିମୟ ହୋଇଥିଲା । ଏଥିରେ 2 ନକ୍ସଲ ନିହତ ହୋଇଛନ୍ତି । ଏହା ପରେ ନକ୍ସଲମାନେ ଘଞ୍ଚ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ । ଖୋଜାଖୋଜି ସମୟରେ ଦୁଇଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସେହି ସ୍ଥାନରେ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ଜବତ କରାଯାଇଛି । ଏବେ ବି ପୋଲିସ ସେହି ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରଖିଛି ।












Click it and Unblock the Notifications