ସୁରକ୍ଷା ବାହିନୀର ମାଓ ବିରୋଧୀ ଅପରେସନ୍, ନିପାତ ହେଲେ 2 ମାଓବାଦୀ
ମାଲକାନଗିରି: ଆଗକୁ ନିର୍ବାଚନ ଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି । ଏପରିକି ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିଥି ସୁରକ୍ଷା ବାହିନୀ । ଏହି ସମୟରେ ମାଓ ବିରୋଧୀ ଅପରେସନରେ ସୁରକ୍ଷାବାହିନୀକୁ ମିଳିଛି ବଡ଼ ସଫଳତା ।

ସୁରକ୍ଷାବାହିନୀର ଅପରେସନରେ 2 ମାଓବାଦୀ ନିହତ ହୋଇଛନ୍ତି । ସୁରକ୍ଷା ବାହିନୀର ଯବାନମାନେ ଛତିଶଗଡ଼ର ବିଜାପୁର-ଦନ୍ତେଓ୍ବାଡା ସୀମାରେ ଅପରେସନ ଜାରି ରଖିଛନ୍ତି । ଯବାନଙ୍କ ଗୁଳିରେ 2 ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଆଇଡି ବିସ୍ଫୋରଣରେ 2 ଯବାନ ଗୁରୁତର ହୋଇଛନ୍ତି । ଆହତ ଯବାନଙ୍କୁ ଏୟାରଲିଫ୍ଟ କରି ରାୟପୁର ସ୍ଥାନାନ୍ତରିତ କରାଯାଇଛି ।
ଅପରେସନରେ ଡିଆରଜି, କୋବରା ଓ ବସ୍ତର ଟାଇଗର୍ସର ଯବାନ ସାମିଲ ଅଛନ୍ତି । ସୁକୁମା, ବିଡାପୁର ଓ ଦନ୍ତେଓ୍ବାଡା ଏସପିଙ୍କ ନେତୃତ୍ବରେ ଚାଲିଛି ଅପରେସନ ।












Click it and Unblock the Notifications