ସୁକମାରେ ଅନକାଉଣ୍ଟର, 2 ମାଓବାଦୀ ନିହତ
ମାଲକାନଗିରି: ସୁରକ୍ଷା କର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମାରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷା କର୍ମୀ-ମାଓବାଦୀ । ଏଥିରେ 2 ମାଓବାଦୀ ନିହତ ହୋଇଛନ୍ତି । ତାଡ଼ମେଟଲା ଅଞ୍ଚଳରେ ଯବାନ -ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ।

ଆହୁରି ଅନେକ ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ସୁକମା ଏସପି କିରଣ ଚୌହାନ । ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ପାଇବା ପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏନକାଉଣ୍ଟର ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି ।ଏହି ସର୍ଚ୍ଚ ଅପରେସନର ଡିଆରଜି ଓ ସିଆରପିଫ୍ ଯବାନମାନେ ମଧ୍ୟ ସାମିଲ ହୋଇଥିଲେ । ଘଟଣା ସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ । ତେବେ ମୃତ ଦୁଇ ମାଓବାଦୀଙ୍କ ନାଁରେ ପୁରସ୍କାର ରାଶି ରହିଥିଲା । ଅନେକ ମାଓ ହିଂସାକାଣ୍ଡରେ ଜଡ଼ିତ ଥିଲେ ଏହି ମୃତ ମାଓବାଦୀ । ଗୁଳିବିନିମୟ ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।












Click it and Unblock the Notifications