ପୁଣି ମାତିଲେ ଲାଲବାହିନୀ, ଆଇଡି ବିସ୍ପୋରଣରେ 2 ଯବାନ ଆହତ
ମାଲକାନଗିରି: ଓଡ଼ିଶା ସୀମାନ୍ତରେ ପୁଣି ମାତିଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମାରେ ନକ୍ସଲଙ୍କ ଗତିବିଧି ପୁଣି ସକ୍ରିୟ ହୋଇଛି । ନକ୍ସଲଙ୍କ ଦ୍ୱାରା ଆଇଡି ବିସ୍ଫୋରଣରେ 2 ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଡ଼ାମବାମ CRPF କ୍ୟାମ୍ପରୁ କୋବ୍ରା ଯବାନମାନେ ସର୍ଚ୍ଚ ଅପରେସନରେ ଯାଇଥିଲେ । ସାଲାତୋଙ୍ଗ ଜଙ୍ଗଲରେ ନକ୍ସଲ ଯବାନମାନଙ୍କୁ ଟାର୍ଗେଟ୍ କରି ଆଇଡି ବିସ୍ଫୋରଣ କରିଥିଲେ । ବିସ୍ଫୋରଣରେ 2 ଯବାନ ଆହତ ହୋଇଥିଲେ । ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହେଲିକପ୍ଟର ସାହାଯ୍ୟରେ ରାୟପୁର ସ୍ଥାନାନ୍ତର କରାଯାଇଛି ।
ଆଇଡି ବିସ୍ଫୋରଣ ପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।












Click it and Unblock the Notifications