ଯୁବ ପିଢୀଙ୍କ ରିଲ୍ସ ନିଶା, ଛାତ ଉପରେ ବିପଦପୂର୍ଣ୍ଣ ଅବସ୍ଥାରେ କରୁଛନ୍ତି ରିଲ୍ସ
ଆଜିକାଲି ଯୁବପିଢୀଙ୍କୁ ଘାରିଚି ରିଲ୍ସ ନିଶା । କେତେବେଳେ ବାଇକ୍ ରେ ଷ୍ଟଣ୍ଟ କରି ରିଲ୍ସ କରୁଛନ୍ତି ତ କେତେବେଳେ ବିପଦପୂର୍ଣ୍ଣ ସ୍ଥାନରେ କରୁଛନ୍ତି ଭିଡ଼ିଓ । ସାମାନ୍ୟ କ୍ଷଣିକ ସୁଖ ପାଇଁ ଜୀବନକୁ ବାଜି ଲଗାଇଦେଉଛନ୍ତି ଯୁବପିଢୀ । ଖାସ୍ କରି କଲେଜ୍ ପଢୁଆ ପିଲାଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳୁଛି ।

ଏପରି ଏକ ଖବର ଆସିଛି ବ୍ରହ୍ମପୁରରୁ । ଛାତ ଉପରେ ଦୁଇଜଣ ଛାତ୍ରୀ ବିପଦପୂର୍ଣ ଅବସ୍ଥାରେ କରୁଛନ୍ତି ରିଲ୍ସ । ତା ପୁଣି ବ୍ରହ୍ମପୁର ସରକାରୀ ଏସ ବି ଆର୍ ମହିଳା ମହାବିଦ୍ୟାଳୟର ନୂଆ କୋଠା ଉପରେ । ଏହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଛାତ୍ରୀମାନେ ଏସ ବି ଆର ମହିଳା ମହାବିଦ୍ୟାଳୟ ବୋଲି ସ୍ପଷ୍ଟ ହୋଇଥିବା ବେଳେ ଆଜିର ନୁହଁ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି ।
ଭିଡ଼ିଓ ଟି ଦୁଇ ବର୍ଷ ପୂର୍ବର ପୁରୁଣା ଭିଜୁଆଲ ବୋଲି କହିଛନ୍ତି କଲେଜ ଅଧକ୍ଷ ଡ କାହ୍ନୁ ଚରଣ ପାଢ଼ୀ । ସେ ଆହୁରି କହିଛନ୍ତି ନୂଆ କୋଠାରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ପ୍ରବେଶ କରାଯାଉ ନାହିଁ । ଭିଜୁଆଲରେ ଯେଉଁ ଛାତ୍ରୀମାନେ ଦେଖାଯାଉଛନ୍ତି ସେମାନେ ଗ୍ରୀନ୍ ପୋଷାକ ପରିଧାନ କରିଛନ୍ତି । ଗ୍ରୀନ୍ ପୋଷାକ ପରିଧାନ କରିଥିବା ଛାତ୍ରୀମାନେ ଯୁକ୍ତ ଦୁଇର । ତେବେ ଏହି କୋଠା କାର୍ଯ୍ୟକାରୀ ହେବା ଦିନ ଠାରୁ ଉପର ମହଲାକୁ ଚାବି ପକାଇ ରଖାଯାଇଛି । ତିନି ବର୍ଷ ହେଲା ଏହି କୋଠାକୁ କାର୍ଯ୍ୟକାରୀ କରାଯାଇଥିବା ବେଳେ ତିନି ବର୍ଷ ହେଲା ଚାବି ପକାଇ ରଖା ଯାଇଛି । ଏହି କୋଠାରେ ଯୁକ୍ତ ତିନି ଏବଂ ପି ଜି ଛାତ୍ରୀମାନଙ୍କ କ୍ଲାସ ହେଉଛି। ଯୁକ୍ତ ଦୁଇ ଛାତ୍ରୀଙ୍କୁ ଏହି କୋଠାରେ ପ୍ରବେଶ ଅନୁମତି ଦିଆ ଯାଉନଥିବା କହିଛନ୍ତି କଲେଜ ଅଧକ୍ଷ ।
ତେବେ କିଏ କଲେଜକୁ ବଦନାମ କରିବା ପାଇଁ ଏଭଳି କରିଥାଇ ପାରନ୍ତି ବୋଲି କହିଲେ କଲେଜ ଅଧକ୍ଷ । ପୂର୍ବରୁ ଅନେକ ନୋଟିସ୍ ଆସିଛି ଯାଇଛି । ସଚେତନ ବି କରାଯାଇଛି । କଡା ନଜର ବି ରଖା ଯାଇଥିବା କହିଛନ୍ତି ଅଧକ୍ଷ ।
ତେବେ ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ରିଲ୍ସ କରିବା କେତେ ଦୂର ଠିକ୍ ସେ ନେଇ ନିଜେ ଯୁବପିଢୀ ସଚେତନ ହେବା ଆବଶ୍ୟକ ରହିଛି ।
-
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
ଏଲପିଜି ନିୟମକୁ ସଂଶୋଧନ କଲେ କେନ୍ଦ୍ର ସରକାର, ଏଣିକି ପିଏନ୍ଜି ସଂଯୋଗ ଥିଲେ ମିଳିବ ନାହିଁ ଏଲ୍ପିଜି -
ତମିଲନାଡରେ ବିଜେପିର ରଣନୀତି, ବିଜୟଙ୍କୁ ଦେଲା ବଡ ଅଫର୍ -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ , ଯାତାୟାତ ବନ୍ଦ ପାଇଁ ସୂଚନା ଦେଲେ ପୁରୀ ଏସ୍ପି -
ବର୍ଷା ସମ୍ଭାବନା, ଦିନ ତାପମାତ୍ରା ୩ ରୁ ୫ ଡିଗ୍ରୀ କମିବା ନେଇ ଆକଳନ












Click it and Unblock the Notifications