Get Updates
Get notified of breaking news, exclusive insights, and must-see stories!

ହାତୀ-ମଣିଷ ଲଢେଇରେ ପୁଣି ଗଲା ଦୁଇ ଜୀବନ

ଅନୁଗୁଳ: ହାତୀ ଆକ୍ରମଣରେ ପୁଣି ଗଲା ଜୀବନ । ଗତ ରାତିରେ ଦୁଇ ଜଣଙ୍କୁ ଦଳିଦେଇଛି ହାତୀ । ଅନୁଗୁଳ ଜିଲ୍ଲା ଶରଧାପୁର ଓ ଛେଳିଆପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଦୁଇ ଜଣ ହେଉଛନ୍ତି 18 ବର୍ଷିୟ ଯୁବକ ଗୁରୁ ନାଏକ ଓ ବୃଦ୍ଧ ଅଇଁଠୁ ସାହୁ । ସେପଟେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ଆନ୍ଦୋଳନକୁ ଓଲ୍ହାଇଛନ୍ତି ଗ୍ରାମବାସୀ ।

elephant

ସୂଚନା ଅନୁସାରେ, ରାତି ପ୍ରାୟ 10 ଟା ବେଳେ ହାତୀଟି ଗାଁ ମୁହାଁ ହୋଇ ଦୁଇ ଜଣଙ୍କୁ ଆକ୍ରମଣ କରିଛି । ଆକ୍ରମଣରେ ଜଣେ ଯୁବକ ଓ ଅନ୍ୟ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଶରଧାପୁର ଗାଁର ଗୁରୁ ନାଏକ ଘର ନିକଟରେ ବୁଲୁଥିବା ବେଳେ ହଠାତ ତାଙ୍କୁ ହାତୀ ଆକ୍ରମଣ କରିଥିଲା । ହାତୀ ତାଙ୍କୁ ଦଳି ଦେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଗୁରୁଙ୍କୁ ଆକ୍ରମଣ କରି ହାତୀଟି ଯାଉଥିବା ବେଳେ ଛେଳିଆପଡା ଗାଁର ଅଇଁଠୁ ସାହୁ ହାତୀ ହାବୁଡ଼ରେ ପଡି ଯାଇଥିଲେ । ହାତୀ ତାଙ୍କୁ ମଧ୍ୟ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ହାତୀ ଗୋଟିଏ ରାତିରେ ଦୁଇ ଜଣଙ୍କୁ ମାରିବା ଫଳରେ ଜିଲ୍ଲାରେ ଉଦବେଗ ପ୍ରକାଶ ପାଇଛି ।

ସେପଟେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ଦେଖା ଦେଇଛି ଉତ୍ତେଜନା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ହାତୀ ଦାଉରୁ ରକ୍ଷା ପାଇଁ ସ୍ଥାୟୀ ସମାଧାନ ଦାବିରେ ଦୁଇ ଗାଁର ଗ୍ରାମବାସୀ ଆନ୍ଦୋଳନକୁ ଓଲ୍ହାଇଛନ୍ତି । ଶରଧାପୁରରେ ବନ୍ତଳା- ଅନୁଗୁଳ ମୁଖ୍ୟ ରାସ୍ତା ଉପରେ ମୃତଦେହ ରଖି ଆନ୍ଦୋଳନ ଚଳାଇଥିବା ବେଳେ ବନ ବିଭାଗ ପହଞ୍ଚି କ୍ଷତିପୂରଣ ଓ ସୋଲାର ବାଡ଼ ଦେବାର ପ୍ରତିଶ୍ରୁତି ଦେବା ସହ ମୃତ ଗୁରୁ ନାଏକଙ୍କ ବାପାଙ୍କୁ ବନ ବିଭାଗରେ ଚାକିରୀ ଦେବାର ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନରୁ ଓହରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଛେଳିଆପଡା ଗାଁରେ ସମାନ ଦାବି ନେଇ ଏବେ ବି ଆନ୍ଦୋଳନ ଜାରି ରହିଥିବା ବେଳେ ବନ ବିଭାଗ ପହଞ୍ଚି ନଥିବା ସୂଚନା ମିଳିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+