ଅଧା ରହିଗଲା ଜଗା ଦର୍ଶନ, କାର୍ ଦୁର୍ଘଟଣାରେ 2 ମୃତ
ଭଦ୍ରକ: ଅଧା ରହିଗଲା ଜଗା ଦର୍ଶନ । ହେଲେ କାର୍ ଦୁର୍ଘଟଣାରେ ଚାଲିଗଲା ଜୀବନ । ବିତ୍ୟୁତ୍ ଖୁଣ୍ଟକୁ କାର୍ ପିଟିବାରୁ 2 ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ରାଣୀତାଲ ଛକରେ ।

ଭଦ୍ରକ ଜିଲ୍ଲା ରାଣୀତାଲ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଦୁଇଜଣଙ୍କ ଜୀବନ ଚାଲିଯାଇଛି । ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ 5ଟା ସମୟରେ ପଶ୍ଚିମବଙ୍ଗରୁ ପୁରୀ ଯାଉଥିବା ଏକ କାର୍ ରାଣୀତାଲ ଛକ ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା । ଏହାଫଳରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । କାରରେ ମୋଟ୍ 4 ଜଣ ଥିଲେ । ସେମାନଙ୍କ ମଧ୍ୟରୁ ଅନ୍ୟ 2 ଜଣ ଗୁରୁତର ଆହତ ହୋଇଛନ୍ତି ।
ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ନେବା ସମୟରେ ଜଣଙ୍କର ପ୍ରାଣହାନି ହୋଇଥିଲା । ଦୁଇ ଗୁରୁତର ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଜଣେ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ ଜଣେ ବର୍ତ୍ତମାନ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି ।












Click it and Unblock the Notifications