ମାଡ଼ିଗଲା ଟ୍ରାଏଲ ରନ୍ ଟ୍ରେନ୍, ଚାଲିଗଲା 2 ଜଣଙ୍କର ମୃତ୍ୟୁ
ରାୟଗଡ଼ା: ଟ୍ରାଏଲ ରନ୍ ବେଳେ ମାଡିଗଲା ଟ୍ରେନ୍ । ଫଳରେ 2 ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା-ଜେକେପୁର ମଧ୍ୟରେ ।

ରାୟଗଡ଼ା-ଜେକେପୁର ମଧ୍ୟରେ ତୃତୀୟ ଲାଇନ୍ ନିର୍ମାଣ ପରେ ଟ୍ରାଏଲ ରନ୍ କରାଯାଉଥିଲା । ଏହି ସମୟରେ ଟ୍ରେନ୍ ମାଡିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ରେଳ ନିରାପତା କମିଶନର ବ୍ରିଜେଶ କୁମାର ଲାଇନ୍ ଅନୁଧ୍ୟାନ କରି ଫେରିବାର କିଛି ଘଣ୍ଟା ପରେ ଅଘଟଣ ଘଟିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ରାତିରେ ଏହି ଲାଇନର ରାୟଗଡ଼-ଜେକେପୁର ମଧ୍ୟରେ ଟ୍ରାଏଲ ରନ୍ କରାଯାଉଥିଲା । ଟ୍ରାକରେ କିଛି ଲୋକ ବସିଥିଲେ କିମ୍ବା କାମ କରିବା ସମୟରେ ଟ୍ରେନ୍ ମାଡି ଯାଇଥିଲା ବୋଲି କୁହାଯାଉଛି । ମୃତକ ଚାନ୍ଦିଲି ଥାନା ଦେବଦଳା ଗାଁର ବୋଲି ଜଣାପଡ଼ିଛି । ଜିଆରପି ଘଟଣାର ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications