ଓଲଟିଲା ବରଯାତ୍ରୀ ଗାଡ଼ି; 2 ମୃତ, 12 ଆହତ
ଜୟପୁର: ଓଲଟିଲା ବରଯାତ୍ରୀ ଗାଡ଼ି । ଫଳରେ 2 ଜଣଙ୍କର ପ୍ରାଣହାନୀ ହୋଇଛି । ଏହା ସହ ଅନ୍ୟ 12 ଜଣ ଗୁରୁତର ଆହତ ହୋଇଛନ୍ତି ।
କୋରାପୁଟ ଜିଲ୍ଲା ବୋରିଗୁମ୍ମା ନିକଟ କାଳିଆଗୁଡ଼ା ନିକଟରେ ଘଟିଛି ଏହି ଦୁର୍ଘଟଣା । ନାରାୟଣପାଟଣାରୁ ଉମରକୋଟ ଯାଉଥିଲେ ବରଯାତ୍ରୀ । ତେବେ କାଳିଆଗୁଡ଼ା ନିକଟରେ ଥିବା ବ୍ୟାରିକେଡ୍ ସହ ପିଟି ହୋଇଥିଲା ବରଯାତ୍ରୀ ଗାଡ଼ି । ଯାହା ପରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିଲା ।

ଖବର ପାଇ ବୋରିଗୁମ୍ମା ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗାଡି ଭିତରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଗାଡିରେ ଥିବା ବର ସମେତ 12ଜଣକୁ ଆମ୍ବୁଲାନ୍ସ ଯୋଗେ ବୋରିଗୁମ୍ମା ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି । ବୋରିଗୁମ୍ମା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ବରଯାତ୍ରୀ ଟାଟା ସଵାରୀ ଗାଡିଟି ନାରାୟଣ ପାଟଣାଠାରୁ ଉମରକୋଟ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ସମସ୍ତ ମୃତ ଓ ଗୁରୁତର ନାରାୟଣପାଟଣାର ବୋଲି ଜଣାପଡ଼ିଛି ।












Click it and Unblock the Notifications