ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣା: ଜାମିନ ପରେ ଜେଲରୁ ମୁକୁଳିଲେ ଟୁଟୁ ନାୟକ
ଭୁବନେଶ୍ୱର: ସାମ୍ବାଦିକାଙ୍କୁ ମା଼ଡ଼ ମାରିବା ଅଭିଯୋଗ ଉପରେ ଗିରଫ ହୋଇଥିବା ଟୁଟୁ ନାୟକ ଜେଲରୁ ମୁକୁଳିଛନ୍ତି । ଆଜି କୋର୍ଟରୁ ଜାମିନ ମିଳିବା ପରେ ଜେଲରୁ ମୁକୁଳିଛନ୍ତି ଟୁଟୁ ।
ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ ଟୁଟୁ ନାୟକଙ୍କୁ ଜାମିନ୍ ଦେଇଛନ୍ତି । 50 ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଗତ ଶନିବାର ଏହ ମାମଲାରେ ଜାମିନ ଆବେଦନ ଶୁଣାଣିକୁ ସଂରକ୍ଷିତ ରଖିଥିଲେ ଏସ୍ଡଜେଏମ୍ କୋର୍ଟ ।

ଏ ନେଇ ଟୁଟୁଙ୍କ ଓକିଲ ଦିବ୍ୟ ଆନନ୍ଦ ମିଶ୍ର କହିଛନ୍ତି, ଗିରଫ ପରେ ଟୁଟୁ ନାୟକ ଶନିବାର ଠାରୁ ଜେଲରେ ଥିଲେ । ଆଜି ସେ ସର୍ତ୍ତମୂଳକ ଜାମିନରେ ବାହାରିଛନ୍ତି । ଅଭିଯୋକାରୀଙ୍କୁ କିମ୍ବା ତାଙ୍କ ପରିବାରକୁ କୌଣସି ଧମକ ଚମକ ଦେବେ ନାହିଁ । ସେହିପରି ତଦନ୍ତରେ ସାହାଯ୍ୟ କରିବା ସର୍ତ୍ତରେ ଟୁଟୁ ନାୟକଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି ।
ସୂଚନାଥାଉକି, ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ଅଭିଯୋଗକୁ ଆଧାର କରି ଟୁଟୁ ନାୟକଙ୍କୁ ଖାରବେଳନଗର ଥାନା ପୋଲିସ ଗିରଫ କରି ଗତ ଶନିବାର କୋର୍ଟ ଚାଲାଣ କରିଥିଲା । ଏହାପରେ କୋର୍ଟ ତାଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଦଫା 354, 341, 323, 294 ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।












Click it and Unblock the Notifications