ମହଙ୍ଗା ପଡ଼ିଲା ସାମ୍ବାଦିକାଙ୍କୁ ମାଡ଼, ଗିରଫ ହେଲେ ଟୁଟୁ ନାୟକ
ଭୁବନେଶ୍ୱର: ସାମ୍ବାଦିକାଙ୍କୁ ହାତ ଉଠାଇ ଫସିଗଲେ ଟୁଟୁ ନାୟକ । ସାମ୍ବାଦିକାଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ଟୁଟୁ । ଖାରବେଳନଗର ଥାନା ପୋଲିସ୍ ତାଙ୍କୁ ଗଦିରଫ କରିଛି । ଏ ନେଇ ଜୋନ୍-1 ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି ।
ଗତକାଲି ସାମ୍ବାଦିକାଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏହା ପରେ ମହିଳଆ କମିଶନ ନିଜ ଆଡ଼ୁ ଟୁଟୁ ନାୟକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ବିବାଦ ବଢିବା ପରେ ଟୁଟୁ ନାୟକଙ୍କୁ ଗିରଫ କରାଯାଇଛି ।

ସାମ୍ବାଦିକାଙ୍କୁ ମାଡ଼ ମାରିବା ନେଇ ନିଜେ ସାମ୍ବାଦିକା ଅଭିଯୋଗ କରିଥିଲେ । ଏହି ମାମଲାରେ ଆଜି ଟୁଟୁ ନାୟକଙ୍କୁ ଥାନାକୁ ଆଣିଥିଲା ପୋଲିସ୍ । ପୋଲିସ୍ ତାଙ୍କୁ ଥାନାରେ ପଚରାଉଚରା କରିଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁସାରେ, ଶୁକ୍ରବାର ଏକ ଓଡ଼ିଆ ଫିଲ୍ମର ପ୍ରିମିୟର ଶୋ' ଦେଖିବା ପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନିମନ୍ତ୍ରଣ ପାଇ ସିନେ ସାମ୍ୱାଦିକା ଯୋଗଦେଇଥିଲେ । ଏହି ସମୟରେ ସେ ହଲ୍ ସାମ୍ନାରେ ଛିଡ଼ା ହୋଇଥିବା ବେଳେ ଟୁଟୁ ନାୟକ ତାଙ୍କୁ ମାରିଥିବା ନେଇ ସାମ୍ବାଦିକା ଜଣକ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ୍ ସିସିଟିଭି ଫୁଟେଜ୍ ଚେକ୍ କରି ତଦନ୍ତ କରିଥିଲା ।
ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଏ ସମ୍ପର୍କରେ ସୂଚନା ଦେଇଥିଲେ ।ଘଟଣା ନେଇ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ ମଧ୍ୟ କରାଯାଇଥିଲା । ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଥିଲା ।ଫଳରେ ପୋଲିସ ଟୁଟୁଙ୍କୁ ଆଜି ଥାନାକୁ ଡାକିତ ପଚରାଉଚରା କରିଥିଲା । ପରେ ତାଙ୍କୁ ଖାରବେଳନଗର ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।












Click it and Unblock the Notifications