ଘରେ ଶୋଇଥିଲେ ଶାଶୁ-ବୋହୂ, ମାଡ଼ିଗଲା ହାଇୱା
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରୁ ଆସିଛି ଏକ ଦୁଃଖଦ ଘଟଣା । ଘରେ ଶାଶୁ-ବୋହୂ ଶୋଇଥିବା ବେଳେ ଚଢିଗଲା ହାଇୱା । ଫଳରେ ଗୁରୁତର ହୋଇଛନ୍ତି ଉଭୟ ।

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଘୁଆ ଗାଁରେ ଘର ଉପରେ ଚିପ୍ସ ବୋଝେଇ ହାଇଓ୍ୱା ଓଲଟି ପଡିଛି । ଫଲରେ ଘର ଭିତରେ ଥିବା ଶାଶୁବୋହୂ ଗୁରୁତର ହୋଇଛନ୍ତି । ଗୁରୁତର ଉଭୟ ହେଲେ କଳ୍ପନା ଗିରି ଓ ବୋହୁ ମନୀଷା ଦାସ । ସେମାvଙ୍କୁ କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଚିପ୍ସ ବୋଝ ହାଇୱାଟି ତାଳଚୁଆ ଅଭିମୁଖେ ଯାଉଥିବା ସମୟରେ ବର୍ଷା ଯୋଗୁ ରାସ୍ତା ଖରାପ ହୋଇଥିବାରୁ ହାଇୱାଟି ରାସ୍ତାକଡ଼ରେ ଥିବା ଏକ ଘରେ ଉପରେ ମାଡ଼ି ଯାଇ ଓଲଟି ପଡ଼ିଥିଲା । ଏହି ସମୟରେ ଘରେ ଶାଶୁ ଓ ବୋହୂ ଘରେ ଶୋଇଥିଲେ । ଏହି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି ଶାଶୁବୋହୁ ।
ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲକୁ ନେଇଥିଲେ । ଦୁର୍ଘଟଣାରେ ହାଇୱା ଡ୍ରାଇଭର ଘଠଣା ସ୍ଥଳରେ ନଥିବା ସୂଚନା ମିଳିଛି । ଖବର ପାଇ କେନ୍ଦ୍ରାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ହାଇୱାକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications