ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରକ; ହେଲପର ମୃତ, ଡ୍ରାଇଭର ଗୁରୁତର
ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରକ । ଘଟଣା ସ୍ଥଳରେ ଟ୍ରକର ହେଲପରଙ୍କ ମୃତ୍ଯୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ର ବସ୍ତା ବାଇପାସ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ଆଜି ସକାଳେ ବାଲେଶ୍ବରରୁ ଜଳେଶ୍ବର ଅଭିମୁଖେ ଦୁଇଟି ଟ୍ରକ ଆଗ ପଛ ହୋଇ ଯାଉଥିବା ସମୟରେ ବସ୍ତା ବାଇପାସ ନିକଟରେ ଆଗରେ ଯାଉଥିବା ଟ୍ରକ ଟି ଛିଡା ହେବା ପାଂଇ ଗାଡିର ବେଗ କମାଇ ରାସ୍ତା ପାର୍ଶ୍ବ କୁ ଯାଉଥିବା ବେଳେ ପଛ ପଟୁ ଆସୁଥିବା ଅନ୍ଯ ଏକ ଟ୍ରକ ଦ୍ରୂତଗତିରେ ଆସି ଟ୍ରକ କୁ ପଛପଟୁ ଜୋର ରେ ଧକ୍କା ଦେଇ ଥିଲା। ଯାହା ଫଳରେ ପଛ ଟ୍ରକରେ ଥିବା ହେଲପର ଗାଡି ଭିତରେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ଯୁବରଣ କରିଥିବା ବେଳେ ଡ୍ରାଇଭର ଗୁରୁତର ହୋଇ ଥିଲେ ।

ଧକ୍କା ହେବା ଫଳରେ ଆଗରେ ଯାଉଥିବା ଟ୍ରକଟି ଭାରସାମ୍ଯ ହରାଇ ଜାତୀୟ ରାଜପଥରୁ 40 ଫୁଟ ତଳକୁ ନୟନଜୋଡି କୁ ଖସି ପଡିଥିଲା। ଯାହା ଫଳରେ ଆଗ ଟ୍ରକର ଡ୍ରାଇଭର ଗୁରୁତର ହୋଇ ଥିଲେ।
ସ୍ଥାନୀୟ ଲୋକେ ପହଞ୍ଚି ବସ୍ତା ପୋଲିସ ଏବଂ ଅଗ୍ନିଶମ ବିଭାଗ କୁ ଖବର ଦେଇ ଥିଲେ, ଖବର ପାଇ ବସ୍ତା ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ହସପିଟାଲକୁ ପଠାଇ ଥିଲେ । ମୃତକ ହେଲପର ଜଣଙ୍କ ଘର ଖୋର୍ଦ୍ଧା ଅଞ୍ଚଳ ର ବୋଲି ଜଣା ପଡିଛି । ଏହି ଘଟଣା ରେ ପୋଲିସ ଦୁଇଟି ଟ୍ରକ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।












Click it and Unblock the Notifications