କେନ୍ଦୁଝର ଦେଇ ଦିଲ୍ଲୀ ଗଡ଼ିବ ଟ୍ରେନ୍, ମିଳିଲା ମଞ୍ଜୁରୀ
କେନ୍ଦୁଝର: କେନ୍ଦୁଝର ଦେଇ ଦିଲ୍ଲୀକୁ ଗଡ଼ିବ ଟ୍ରେନ । ଏହି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ଏ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଚିଠି ଲେଖି ସୂଚନା ଦେଇଛନ୍ତି ।

ବିଧାୟକ ମୋହନ ଚରଣ ମାଝୀଙ୍କୁ ରେଳମନ୍ତ୍ରୀ ଲେଖଥିବା ଚିଠିରେ କୁହାଯାଇଛି ଯେ, ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଏକ ଟ୍ରେନ୍ ଚଳାଚଳ କରିବ । ଏହା କେନ୍ଦୁଝର ଦେଇ ଯିବ ।
କେନ୍ଦୁଝର ଦେଇ ଦିଲ୍ଲୀ ଟ୍ରେନ୍ ଚଳାଚଳ କରାଇବା ନେଇ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ 8 ନଭେମ୍ବର 2023 ରେ ରେଳମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ । ଏହା ସହ ବହୁ ଦିନରୁ କେନ୍ଦୁଝର ଦେଇ ଦିଲ୍ଲୀକୁ ଏକ ଟ୍ରେନ୍ ଚଳାଚଳ କରାଇବାକୁ ଦାବି ହୋଇଆସୁଥିଲା ।












Click it and Unblock the Notifications