ପୁଣି ବଗି ଛାଡ଼ି ପଳାଇଲା ଇଞ୍ଜିନ୍

ସମ୍ବଲପୁର : ବାହାନଗା ରେଳ ଦୁର୍ଘଟଣା ପରେ ଗୋଟିଏ ପରେ ଗୋଟିଏ ଅବହେଳା ସାମ୍ନାକୁ ଆସୁଛି । ପୁଣି ଏକ ମାଲବାହୀ ଟ୍ରେନର ବଗି ଛାଡ଼ି ପଳାଇଛି ଇଞ୍ଜିନ୍ । ସମ୍ବଲପୁରରେ ମାଲବାହୀ ଟ୍ରେନ୍ ଇଞ୍ଜିନ୍ ବଗି ଛାଡି ବହୁ ଦୂର ପର୍ଯ୍ୟନ୍ତ ପଳାଇ ଯାଇଥିବା ସୂଚନା ମିଳିଛି ।

Train

ଘଟଣାଟି ଘଟିଛି ସମ୍ବଲପୁରରେ । ସମ୍ବଲପୁରରୁ ବରଗଡ଼ ଯାଉଥିବା କୋଇଲା ବୋଝେଇ ଟ୍ରେନ କ୍ଷେତରାଜପୁର ଷ୍ଟେସନ ପାର ହେବା ପରେ ଲକ୍ଷ୍ମୀ ଡୁଙ୍ଗୁରୀ ଫାଟକ ନିକଟରେ ପହଞ୍ଚିବା ବେଳେ ରେଳ ଲାଇନରେ କାମ କରୁଥିବା କିଛି ଲୋକ ଏହା ଦେଖିଥିଲେ । ଏନେଇ ସମ୍ବଲପୁର ଡିଭିଜନକୁ ଜଣାଇବା ପରେ ଏକ ବଡ଼ ଧରଣର ଅଘଟଣକୁ ଏଡାଇ ଦିଆଯାଇପାରିଛି ।

ଏହା ପୂର୍ବରୁ ମଧ୍ୟ ସମାନ ଧରଣର ଅବହେଳା ସାମ୍ନାକୁ ଆସିଥିଲା । କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ବଗି ଛାଡ଼ି ଇଞ୍ଜିନ ପ୍ରାୟ 300 ମିଟର ପଳାଇଥିଲା । ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବଡ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଥିଲା ।

ରେଳବିଭାଗର ବାରମ୍ବାର ଏପରି ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+