ବାହାନଗା ଟ୍ରେନ୍ ଦୁର୍ଘଟଣା: ଜେଇ ଅମିର୍ ଖାନଙ୍କୁ 7 ଘଣ୍ଟା ଜେରା କଲା ସିବିଆଇ
ସୋରୋ : ଜୁନ୍ 2 ରେ ବାହାନାଗା ଟ୍ରେନ୍ ଦୁର୍ଘଟଣାରେ ସିବିଆଇ ତଦନ୍ତ ଜାରି ରଖିଛି । ଏଥି ମଧ୍ୟରେ ଆଜି ସୋର ସିଗନାଲ ଜେଇଙ୍କୁ ପଚରାଉଚୁରା କରିଛି ସିବିଆଇ । ସୋର ସ୍ଥିତ ତାଙ୍କ ଭଡା ଘରେ ପହଞ୍ଚି ସୋରୋ ବିଭାଗର ସିଗନାଲ୍ ଜୁନିୟର ଇଞ୍ଜିନିୟର (ଜେଇ) ଆମୀର ଖାନଙ୍କୁ ପ୍ରାୟ ସାତ ଘଣ୍ଟା ପଚରାଉଚରା କରିଛି ।

ଏହା ପୂର୍ବରୁ ଅମୀର ଖାନଙ୍କ ସୋର ସ୍ଥିତ ଭଡ଼ାଘରେ ଚଢ଼ଉ କରି ସିଲ୍ କରିଥିଲା । ଆଜି ପୁଣି ଭଡା ଘରେ ପହଞ୍ଚି ସିବିଆଇ ଟିମ ତନାଘନା କରିଛି । ଦୁର୍ଘଟଣା ପରେ ଭଡାଘରେ ଜେଇ ରହୁନଥିବା ସୂଚନା ମିଳିଥିଲା ।
ଖବର ଅନୁଯାୟୀ, ସିବିଆଇର ଏକ ଟିମ୍ ସୋମବାର ଖାନଙ୍କ ଭଡା ଘରେ ସିଲ୍ କରିଥିବାବେଳେ ଘରେ କେହି ନଥିଲେ । ସୋରୋ ପୋଲିସ ଷ୍ଟେସନରୁ ଦୁଇ ଜଣ ପୋଲିସ ଘରେ ନଜର ରଖିବା ପାଇଁ ଡ୍ୟୁଟିରେ ରଖାଯାଇଥିଲା । ଆଜି ପ୍ରାୟ 10 ଟା ସମୟରେ ଖାନଙ୍କ ସହ ସିବିଆଇର ଏକ ଟିମ୍ ଘରେ ପହଞ୍ଚି ସିଲ୍ ଭାଙ୍ଗି ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିଥିଲେ ।
ସିବିଆଇ ଟିମ୍ ଖାନଙ୍କୁ ପ୍ରାୟ ସାତ ଘଣ୍ଟା ଧରି ମାରାଥନ୍ ଜେରା କରିଛି । ପରେ ଖାନଙ୍କୁ ସିବିଆଇ ଗିରଫ କରିଥିଲା । ସୋମବାର ସିବିଆଇର ଚାରିଜଣ ସଦସ୍ୟ ଥିବାବେଳେ ଆଜି ଦଳରେ 7 ଜଣ ସଦସ୍ୟ ଥିଲେ ।
ବର୍ତ୍ତମାନ ସୁଦ୍ଧା ସିବିଆଇ ବାହାନଗା ବଜାର ରେଳ ଷ୍ଟେସନର ଷ୍ଟେସନ ମ୍ୟାନେଜରଙ୍କ ସମେତ 12 ଜଣ ଅଧିକାରୀ ଏବଂ କର୍ମଚାରୀଙ୍କୁ ପଚରାଉଚରା କରି ସେମାନଙ୍କ ବିବୃତ୍ତି ରେକର୍ଡ କରିଛି ।
ଅନେକ ବୈଷୟିକ ଉପକରଣ ଜବତ କରିବା ବ୍ୟତୀତ ଏଜେନ୍ସି ଷ୍ଟେସନର ପ୍ୟାନେଲ ବୋର୍ଡ, ରିଲେ ରୁମ୍, ଏବଂ ସିଗନାଲ୍ ରୁମ୍ କୁ ସିଲ୍ କରିଛି । ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇ (SER) ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ ରେଳବାଇ ର କୌଣସି କର୍ମଚାରୀ ନିଖୋଜ କିମ୍ବା ଫେରାର ନାହାଁନ୍ତି । ସମସ୍ତେ ଓଡିଶାର ଟ୍ରେନ ଦୁର୍ଘଟଣାରେ ସିବିଆଇ ସହ ସହଯୋଗ କରୁଛନ୍ତି ।












Click it and Unblock the Notifications