ଉପାନ୍ତରୁ ଉଡ଼ିବ ବିମାନ, ସଫଳ ହେଲା ଟ୍ରାଏଲ୍ ରନ୍
ମାଲକାନଗିରି: ଉପାନ୍ତ ମାଲକାନଗିରି ରୁ ଉଡିବ ବିମାନ । କମିବ ଯାତ୍ରା କରିବାର ସମୟ । ଏଥି ମଧ୍ୟରେ ମାଲକାନଗିରି ବିମାନ ବନ୍ଦରରେ ସଫଳ ହୋଇଛି ଟ୍ରାଏଲ ରନ୍ । ସଫଳତାର ସହ ଅବତରଣ କରିଛି ଭିଟି 100 ଉଡାଜାହାଜ ।

ଆଜି ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ୍ ହୋଇଛି । ପରୀକ୍ଷା ମୂଳକ ଭାବେ ଭିଟି 100 ବିମାନ ଅବତରଣ ପରେ ପାଇଲଟ୍ ପୂରା ବିମାନ ବନ୍ଦରକୁ ଯାଞ୍ଚ କରିଛନ୍ତି । ଯାଞ୍ଚ ପରେ ବିମାନ ବନ୍ଦରର ପ୍ରସ୍ତୁତିକୁ ଖୁବ୍ ପ୍ରଂଶସା କରିଛନ୍ତି ପାଇଲଟ୍ ।
ଏହା ପରେ ଆସନ୍ତା 9 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ସେବାର ଲୋକାର୍ପଣ କରିବେ । 106 ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ 1620 ମିଟର ରନୱେ ପ୍ରସ୍ତୁତ ହୋଇଛି । ଆଜି ବିମାନର ଟ୍ରାଏଲ ରନ ବେଳେ ବିମାନକୁ ସ୍ବାଗତ କରିଥିଲେ ପ୍ରଶାସନିକ ଅଧିକାରୀ । ବିମାନ ଅବତରଣ ପରେ ଦମକଳ ବାହିନୀ ରନୱେ ଉପରେ ପାଣି ମାରିଥିଲେ । ବିମାନବନ୍ଦର ଲୋକାର୍ପଣକୁ ନେଇ ଉତ୍ସାହିତ ଅଛନ୍ତି ମାଲକାନଗିରିବାସୀ ।












Click it and Unblock the Notifications