Get Updates
Get notified of breaking news, exclusive insights, and must-see stories!

ବିଜେପି କାର୍ଯ୍ୟକ୍ରମକୁ ଗଲାବେଳେ ଓଲଟିଲା ଟ୍ରାକ୍ଟର, 2 ମୃତ

ବ୍ରହ୍ମପୁର: ବିଜେପି କାର୍ଯ୍ୟକ୍ରମକୁ ଗଲା ବେଳେ ଓଲଟିଲା ଟ୍ରାକ୍ଟର । ଫଳରେ 2 ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ 2 ଜଣ ଗୁରୁତର ଆହତଙ୍କ ସହ ମୋଟ୍ 13 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ କାଞ୍ଚିଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି । ମୃତକ ହେଉଛନ୍ତି ଡେରା ଶବର ଓ ଜଗନ୍ନାଥ ଶବର। ଉଭୟ ଗୁଡ଼ିପଦର ଅଞ୍ଚଳର ବୋଲି ଜଣାପଡିଛି ।

accident

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତାଳଗୁରାଣ୍ଡି ନିକଟରେ ଘଟିଛି ଏହି ଦୁର୍ଘଟଣା । ବିଜେପିର ଚିକିଟି ବ୍ଲକ ଘେରାଉ କାର୍ଯ୍ୟକ୍ରମ ପାଇଁ ଟ୍ରାକ୍ଟରରେ ଆସୁଥିଲେ ଲୋକ । ଟ୍ରାକ୍ଟରଟି ଭାରସାମ୍ୟ ହରାଇ ପାହାଡ ତଳକୁ ଖସି ପଡିଥିଲା ।

ଦୁର୍ଘଟଣା ସଂପର୍କରେ ଖବର ପାଇ ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାଟି ଆନ୍ଧ୍ର ପ୍ରଦେଶର କାଞ୍ଚିଲି ଅଞ୍ଚଳରେ ଘଟିଥିବା ଜଣାପଡ଼ିବା ପରେ ସେଠାକାର ପୋଲିସ୍ ଏହାର ତଦନ୍ତ କରୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+