ବିଏସକେୱାଇ ଦେଲା ଚିକିତ୍ସା ସହାୟତା, ଟିକିନୀଙ୍କ ରୋଗର ହେଲା ସଠିକ୍ ନିଦାନ

ଭୁବନେଶ୍ଵର : ରାଜ୍ୟର ଗରିବ ଲୋମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ ମାଗଣାରେ ସଠିକ୍ ଚିକିତ୍ସା ଯୋଗାଇବାକୁ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ BSKY ଯୋଜନାରେ ଉପକୃତ ହୋଇଛନ୍ତି ଯାଜପୁର ଜିଲ୍ଲାର ଜଣେ ଗରିବ ନିରାଶ୍ରୟ ମହିଳା । ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଟିକିନୀ ନାଏକଙ୍କ ରୋଗ ବିଷୟରେ ଗଣମାଧ୍ୟମ ଜରିଆରେ ଜାଣିବା ପରେ ତତ୍ପରତା ପ୍ରକାଶ କରିଥିଲା ପ୍ରଶାସନ । ବି.ଏସ୍.କେ.ୱାଇ. ର ଟିମ୍ ପକ୍ଷରୁ ତାଙ୍କର ସହାୟତା ପାଇଁ ମିଶନ୍ ମୋଡ୍ ରେ ଉଦ୍ୟମ ଆରମ୍ଭ ହୋଇଥିଲା ।

BSKY

ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ ମତେ ଦାନଗଦି କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ ସ୍ୱାସ୍ଥ୍ୟ ଟିମ୍ ଟିକିନୀ ନାୟକଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥିଲେ । ଟିକିନୀଙ୍କର ମେରୁଦଣ୍ଡ ତଳଭାଗ ପଛପଟ ଫୁଲିଯିବା ସହ ଭୀଷଣ ଯନ୍ତ୍ରଣା ହେଉଥିବା ନେଇ ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଥିଲା । ତାଙ୍କୁ ତୁରନ୍ତ ଦାନଗଦି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଏକ୍ସ-ରେ ଫଟୋ କରାଯାଇ ପ୍ରାଥମିକ ଓ୍ୟୖଷଧ ଦିଆଯାଇଥିଲା । ଅଧିକ ପରୀକ୍ଷା ନିରୀକ୍ଷା ଓ ନିଦାନ ନିମନ୍ତେ ଆମ୍ବୁଲାନ୍ସ୍ ଯୋଗେ ତାଙ୍କୁ ଯାଜପୁର ଜିଲ୍ଳା ଚିକିତ୍ସାଳୟକୁ ପଠାଯାଇଥିଲା ।

ଯାଜପୁର ଜିଲ୍ଲା ଚିକିତ୍ସାଳୟରେ ଜୁନ୍ ମାସ 26 ତାରିଖ ଦିନ ତାଙ୍କର ଅତ୍ୟାଧୂନିକ ସିବିନାଟ୍ (ସି.ବି.ଏନ୍.ଏ.ଏ.ଟି) ଓ ଅନ୍ୟାନ୍ୟ ନିଦାନ ପରୀକ୍ଷା ପୂର୍ବକ ସେ ଆକ୍ରାନ୍ତ ହୋଇଥିବା ରୋଗର ପ୍ରକାର ଓ ସ୍ଥିତି ନିର୍ଣ୍ଣୟ କରାଯାଇଥିଲା । ତୁରନ୍ତ ଦାନଗଦି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଟିକିନୀଙ୍କୁ ସମସ୍ତ ଆବଶ୍ୟକୀୟ ଉଚ୍ଚମାନର ଓ୍ୟୖଷଧ ମାଗଣାରେ ଯୋଗାଇ ଦିଆଯାଇଛି ।

ଦାନଗଦି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛନ୍ତି । ତାଙ୍କର ନାମ ନିକ୍ଷୟ ପୋର୍ଟାଲରେ ପଞ୍ଜିକରଣ କରାଯାଇ ପୃଷ୍ଟିକର ଖାଦ୍ୟ ପାଇଁ ମାସକୁ 5ଶହ ଟଙ୍କାର ସହାୟତା ରାଶି ମିଳିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ମାଗଣା ଓ୍ୟୖଷଧ ଓ ଚିକିତ୍ସା ସହ ନିକ୍ଷୟ ପୋଷଣ ଯୋଜନା ମାଧ୍ୟମରେ ପଥି ପାଇଁ ସେ ଚଳିତ ମାସଠାରୁ ଏହି ସହାୟତା ରାଶି ପାଇବେ ।

ଗରିବ ନିରାଶ୍ରୟ ମହିଳାଙ୍କର ଚିକିତ୍ସା ନିମନ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଟିମ୍ ର ପ୍ରଚେଷ୍ଟାକୁ ସ୍ଥାନୀୟ ବୁଦ୍ଧିଜିବୀ ଉଚ୍ଚ ପ୍ରଶଂସା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+