ପୂଜାରେ ପୋଲିସ ଛାଉଣୀରେ ରହିବ ରାଜଧାନୀ, ଡ୍ରୋନ୍ ରେ ହେବ ସୁରକ୍ଷା ବ୍ୟବସ୍ଥା ତଦାରଖ
ଭୁବନେଶ୍ୱର: ଆଉ ଦିନକ ପରେ ଦୁର୍ଗାପୂଜା । ପାର୍ବଣ ସମୟରେ ରାଜଧାନୀରେ ବଢିବ ଭିଡ଼ । ଏଥର ରାଜଧାନୀରେ 188 ଟି ମେଢ ହେଉଥିବା ବେଳେ ପୂଜା ମଣ୍ଡପରେ ଭିଡ଼ ଜମିବ । ଭିଡ଼ ନିୟନ୍ତ୍ରଣ ସହ ଅସମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖିବା ଏବଂ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରସ୍ତୁତି କରିଛି କମିଶରେଟ୍ ପୋଲିସ୍ ।

ରାଜଧାନୀକୁ ଜଗିବେ 31 ପ୍ଲାଟୁନ ପୋଲିସ୍ ଫୋର୍ସ । 6 ଟି କଣ୍ଟ୍ରୋଲ ରୁମ ଜରିଆରେ ତଦାରଖ କରିବେ ଡିସିପି । ସିସିଟିଭି ନଜରରେ ରହିବ ରାସ୍ତାଘାଟ ଓ ଗଳିକନ୍ଦି । ଷଷ୍ଠୀରୁ ଭସାଣୀ, ରାଜଧାନୀ ପୋଲିସ୍ ରେ ଛାଉଣୀ ହେବ । 6 ଟି କଣ୍ଟ୍ରୋଲ ରୁମରୁ କଣ୍ଟ୍ରୋଲ ହେବ ସିକ୍ୟୁରିଟି ଓ ଟ୍ରାଫିକ ମ୍ୟାନେଜମେଣ୍ଟ । 3 ଟି କ୍ୟାଟାଗୋରୀରେ ପୂଜା ମଣ୍ଡପକୁ ଦିଆଯିବ ସୁରକ୍ଷା ।
ଏ ନେଇ ପ୍ରସ୍ତୁତି ବୈଠକରେ ପୋଲିସ କମିଶନରଙ୍କ ଥାନା ଆଇଆଇସିଙ୍କ ସହ ସିଧାସଳଖ ଆଲୋଚନା ହୋଇଛି । ରାଜଧାନୀରେ ପୂଜା ସମୟରେ ଷଷ୍ଠୀ ଠାରୁ ଭସାଣୀ ପର୍ଯ୍ୟନ୍ତ ଡିସିପିଙ୍କ ନେତୃତ୍ୱରେ 12 ଜଣ ଅତିରିକ୍ତ ଡିସିପି, 23 ଜଣ ଏସିପି, 41 ଜଣ ଇନ୍ସପେକ୍ଟର, 151 ଜଣ ଏଏସଆଇ, 119 ଜଣ ଟ୍ରାଫିକ କନଷ୍ଟେବଳ, 70 ଜଣ ଏପିଆର କନଷ୍ଟେବଳ ଓ 207 ଜଣ ଓଏପିଏଫ କନଷ୍ଟେବଳ ଅପରାଧିକ କାର୍ଯ୍ୟକଳାପ ସହ ସହ ସିସିଟିଭି ଉପରେ ନଜର ରଖିବେ ।
ଏହି ସମୟରେ 3 ଟି କ୍ୟାଟାଗୋରୀରେ ପୂଜା ମଣ୍ଡପକୁ ସୁରକ୍ଷା ଦିଆଯିବ । ପୂର୍ବରୁ ବିଭିନ୍ନ ପୂଜା କମିଟି ଓ ଅନ୍ୟ ବିଭାଗ ସହ କମିଶନରେଟ ପୋଲିସର ଜଏଣ୍ଟ ଇନ୍ସପେକ୍ସନ ସରିଛି । ଟ୍ରାଫିକ କଟକଣା ସହ ଭାରିଯାନ ଚଳାଚଳରେ ପ୍ରତିବନ୍ଧକ ନେଇ ଆଡ଼ଭାଇଜରି ଜାରି କରାଯାଇଛି । ବଟି ଓ ଚାନ୍ଦା ମାଗିଲେ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ପୂଜା ଦେଖିବାକୁ ଗଲାବେଳେ ନିଜ ଘର ର ସୁରକ୍ଷା ନେଇ ସଚେତନ ରହିବାକୁ ନିବେଦନ କରିବା ସହ ଶାରଦୀୟ ଅଭିନନ୍ଦନ ଜଣାଇଛନ୍ତି ପୋଲିସ କମିଶନର । ରବିବାର ମହାଷ୍ଟମୀ ଥିବାରୁ ମହିଳା ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସହିଦନଗର, ରସୁଲଗଡ଼, ନୂଆପଲ୍ଲୀ, ଝାରପଡା ଓ ପଳାଶୁଣି ଠାରେ ମହିଳା ପୋଲିସଙ୍କୁ ନିୟୋଜିତ କରାଯିବ ।












Click it and Unblock the Notifications