Get Updates
Get notified of breaking news, exclusive insights, and must-see stories!

ଶିମିଳାପାଳ: ଏ କି ଚମତ୍କାର ! ରଙ୍ଗ ବଦଳଉଛି ମହାବଳ...

ବାରିପଦା: ରଙ୍ଗ ବଦଳଉଛି ମହାବଳ । ଶିମିଳିପାଳରେ ଥିବା ମହାବଳର ଏକ ଫଟୋ ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି । ଏଥିରେ ମହାବଳର ଶରୀରେ କଳା ରଙ୍ଗର ଅଂଶ ବେଶି ଥିବା ଦେଖିବାକୁ ମିଳିଛି । ମହାବଳ ବାଘର ଏଭଳି ଫଟୋ ସାମ୍ନାକୁ ଆସିବା ପରେ ଏହା ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ କେଉଁ କାରଣରୁ ମହାବଳ ବାଘର ଏଭଳି ରୂପ ଦେଖିବାକୁ ମିଳିଛି ସେ ନେଇ ଗବେଷଣା ଚାଲିଛି ।

Tiger

1975 ରୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଏଭଳି କଳା ପ୍ରଜାତିର ମହାବଳ ବାଘ ବା ମିଲେନିଷ୍ଟିକ୍ ଟାଇଗର୍ ଦେଖିବାକୁ ମିଳିଛି । 2007 ରେ ଜଙ୍ଗଲରେ ଲଗାଯାଇଥିବା ଟ୍ରାପ କ୍ୟାମେରାରେ ଏଭଳି ଏକ କଳା ମହାବଳ ବାଘର ଫଟୋ ସାମ୍ନାକୁ ଆସିଥିଲା । ସେବେ ଠାରୁ ଏହା ଉପରେ ଅନେକ ଗବେଷଣା ଜାରି ରହିଛି । ଗବେଷଣାରୁ ଜଣାପଡିଛି ଯେ ଏହା ଜନ୍ମ ସମ୍ବନ୍ଧି ଏକ ଜେନେଟିକ୍ ପରିବର୍ତ୍ତନ । ଯାହା ବାଘଙ୍କ କ୍ଷେତ୍ରରେ ସ୍ଵାଭାବିକ ଅଟେ ।କେବଳ ବାଘ ନୁହନ୍ତି ହରିଣ, ଚିତାବାଘ, ବଣ ବିଲେଇ ପରି ଅନେକ ପ୍ରଜାତିର ପ୍ରାଣୀଙ୍କ କ୍ଷେତ୍ରରେ ଏହି ଜେନେଟିକ୍ ପରିବର୍ତ୍ତନ ବି ଦେଖାଯାଇଥାଏ ।

ଶିମିଳିପାଳରେ ବାଘମାନଙ୍କର ଚର୍ମ ରଙ୍ଗର ପରିବର୍ତ୍ତନ ପଛରେ ଜିନ୍ ମ୍ୟୁଟେସନ୍ କିମ୍ବା ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା କୌଣସି ରୋଗ ହୋଇପାରେ ବୋଲି ମଧ୍ୟ କୁହାଯାଉଛି । ଶିମିଳିପାଳ ହେଉଛି ଦୁନିଆର ଏକମାତ୍ର ଏପରି ସ୍ଥାନ, ଯେଉଁଥିରେ ବିରଳ ମେଲାନିଷ୍ଟିକ୍ (କଳା) ବାଘ ଅଛି । ବାଙ୍ଗାଲୋରର ବନ୍ୟଜନ୍ତୁ ବିଶେଷଜ୍ଞଙ୍କ ଏକ ଟିମ୍ ଚର୍ମ ରଙ୍ଗରେ ପରିବର୍ତ୍ତନ ହେବାର କାରଣ ଜାଣିବା ପାଇଁ ସେମାନଙ୍କ ଅଧ୍ୟୟନ କରୁଛନ୍ତି ବୋଲି ସୂତ୍ରରୁ ପ୍ରକାଶ ।

ପରିବେଶବିତ୍ ମଧ୍ୟ ଏଭଳି କଳା ଅଂଶ ଅଧିକା ଥିବା ପ୍ରଜାତିର ମହାବଳ ବାଘଙ୍କ ସମ୍ପର୍କରେ କିଛିଟା ଅଧ୍ୟୟନ କରିଛନ୍ତି । ସେମାନଙ୍କ ମତରେ ଏହା ସଂପୂର୍ଣ୍ଣ ସ୍ୱାଭାବିକ ନୁହେଁ । ମହାବଳ ବାଘ ନିଜ ବର୍ଗର ବାଘଙ୍କ ପରିଧି ବାହାରକୁ ଯାଇ ପ୍ରଜନନ କରିବା ଦ୍ୱାରା ଏଭଳି ଜନ୍ମସମ୍ବନ୍ଧୀ ଅସାମଞ୍ଜସ୍ୟତା ଦେଖା ଦେଇଛି । ତେବେ ଏହାଦ୍ବାରା ବାଘର ସ୍ବାସ୍ଥ୍ୟ ଓ ପରିବାର ଉପରେ ଏଯାଏଁ କୌଣସି ପ୍ରତିକୂଳ ପ୍ରଭାବ ପଡିନାହିଁ ।

ଚଳିତ ବର୍ଷ ଶିମିଳିପାଲରେ ଏକ କଳାବାଘର ମୃତଦେହ ଠାବ କରାଯାଇଥିଲା । ବିଶ୍ୱରେ ବହୁ କମ ସଂଖ୍ୟାରେ ଏଭଳି ବିରଳ ପ୍ରଜାତିର କଳା ବାଘ ଶମିଳିପାଳରେ ଦେଖାଯାଉଥିବା ବେଳେ ସେମାନଙ୍କ ସଂଖ୍ୟା କେତେ ତାହା ନିର୍ଦ୍ଧିଷ୍ଟ ଜଣାପଡିନାହିଁ । ତେବେ ଶମିଳିପାଳରେ ପୂର୍ବରୁ 18 ଟି ମହାବଳ ଥିବା ବେଳେ ନିକଟରେ ପ୍ରକାଶିତ ବାଘ ଗଣନା ରିପୋର୍ଟ ଅନୁସାରେ ଏଠାରେ ଏବେ 20 ଟି ବାଘ ଥିବା ଜଣା ପଡିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+