ପୁଣି ମାତିଲା ବାଘ, ସନ୍ଧ୍ୟାହେଲେ ଗୁରାଡ଼ିରେ ପଡ଼ୁଛି ତାଟି
ରାୟଗଡ଼ା: ମୁହଁ ଅନ୍ଧାର ନ ହେଉଣୁ ଘରେ ପଡ଼ୁଛି ତାଟି କବାଟ । ରାସ୍ତାଘାଟ ଶୂନଶାନ । ଲୋକ ଘରୁ ବାହାରିବାକୁ ଭୟ କରୁଛନ୍ତି । ଏହା ପଛର କାରଣ ହେଲା ଗୁରାଡ଼ିରେ ମାତିଛି ବାଘ । ଦିନ ସାରା ଜଙ୍ଗଲରେ ରହୁଛି, ସନ୍ଧ୍ୟା ହେବା ମାତ୍ରେ ଗାଁ ଗାଁ ବୁଲି ଶିକାର ଅନ୍ୱଷଣ କରୁଛି ।
ଏହି ବାଘ ଆତଙ୍କ ରଚିଛି ରୟଗଡ଼ା ଜିଲ୍ଲାରେ । ଗୁଡାରି ଅଞ୍ଚଳର ତେମ୍ବାଗୁଡା ଗ୍ରାମରେ ପଶି ରାଜେଶ ରାଓଙ୍କର ବାଛୁରୀକୁ ମାରି ଖାଇଛି । ଏହା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଗତ ଦୁଇ ସପ୍ତାହ ହେଲା ବାଘ ଗୁଡାରି, ପଦ୍ମପୁର ଏବଂ ଗୁଣୁପୁର ଜଙ୍ଗଲରେ ଘୁରି ବୁଲୁଛି । ଦିନବେଳା ବାଘ ଜଙ୍ଗଲରୁ ବାହାରକୁ ବାହାରୁନଥିବା ବେଳେ ରାତି ହେଲେ ଗାଁ ମୁହାଁ ହେଉଛି ।

ସୋମବାର ରାତିରେ ବାଛୁରୀକୁ ଖାଇବା ପରେ ଜଙ୍ଗଲରେ ତାର ହାଡ ପଡିଥିବା ଗାଁ ଲୋକ ଦେଖିବା ପରେ ରାଜେଶ ରାଓଙ୍କୁ ଖବର ଦେଇଥିଲେ । ବନ ବିଭାଗର କର୍ମଚାରୀ ବାଘର ପାଦ ଚିହ୍ନ ଠାବ କରିଥିଲେ । ବଂଶଧାରା ନଦୀ କୂଳରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । କାରଣ ପାଣି ପିଇବାକୁ ଜଙ୍ଗଲି ଜନ୍ତୁ ଆସିଲେ ବାଘ ସହଜରେ ଶିକାର କରିପାରିବ । ତେଣୁ ଏହି ଅଞ୍ଚଳରେ ବାଘ ବୁଲୁଥିବା ବନ ବିଭାଗ ସ୍ପଷ୍ଟ ହୋଇଛନ୍ତି । ଗ୍ରାମବାସୀ ତୁରନ୍ତ ବାଘକୁ କାବୁ କରି ଅନ୍ୟତ୍ର ଛାଡିବାକୁ ଦାବି କରିଛନ୍ତି ।
ତେମ୍ବାଗୁଡା, ପେଣ୍ଡଲି ଓ ଢେପଗୁଡାରେ ବାଘ ବୁଲୁଥିବା ସନ୍ଦେହ ସ୍ପଷ୍ଟ ହୋଇଛି । ଏଠାରେ ସହଜରେ ଖାଦ୍ୟ ମିଳୁଥିବାରୁ ଏଠାରୁ ହଟୁନଥିବା ଜଣାପଡିଛି । ରାତି ମଧ୍ୟ ବାଘ ନିଶ୍ଚିତ ଭାବେ ଗାଁକୁ ଆସିବ ବୋଲି ଅନୁମାନ କରାଯାଉଛି । ତେଣୁ ବନ ବିଭାଗ ଅଧିକାରୀ ଦିଲୀପ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଦୁଇଟି ଟିମ ଜଙ୍ଗଲରେ ଏବଂ ବଂଶଧାରା ନଦୀ କୂଳରେ ବାଘର ପାଦ ଚିହ୍ନକୁ ଦେଖି ବାଘକୁ ଠାବ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।
ସେହିପରି ପଦ୍ମପୁର ଅଞ୍ଚଳର ରାଉତରଙ୍ଗା ଏବଂ ଆଣ୍ଡରୁଗୁଡା ଗ୍ରାମ ନିକଟରେ ବାଘ ବୁଲୁଥିବା ଲୋକେ ସନ୍ଦେ କରୁଛନ୍ତି । କେହି ଦେଖିନଥିଲେ ମଧ୍ୟ ବାଘର ପାଦ ଚିହ୍ନ ଦେଖି ବାଘ ପଦ୍ମପୁର ଅଞ୍ଚଳକୁ ମଧ୍ୟ ଲଗାତାର ଆସି ବୁଲି ଫେରିଯାଉଛି ବୋଲି ସନ୍ଦେହ କରାଯାଉଛି । ତେବେ ଗୁଡାରି ଅଂଚଳରେ ଲୋକେ ଏବେ ଦିନରେ ମଧ୍ୟ ବାହାରେ ବୁଲିବାକୁ ଭୟ କଲେଣି। ବାଘ କେତେବେଳେ କାହାକୁ ଟାର୍ଗେଟ କରିବ କିଛି କହି ହେବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ତେଣୁ ତୁରନ୍ତ ବାଘକୁ ଆୟତ୍ତ କରାଯାଉ ବୋଲି ଦାବି ହୋଇଛି ।
ସରକାରୀ ନିୟମ ଅନୁଯାୟୀ ବାଛୁରୀ ମାଲିକଙ୍କୁ କ୍ଷତିପୂରଣ ଦିଆଯିବା ବୋଲି ରେଞ୍ଜର ଦିଲ୍ଲୀପ ପଟ୍ଟନାୟକ ସୂଚନା ଦେଇଛନ୍ତି । ବର୍ତ୍ତମାନ ବାଘର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ଏଥିସହିତ ପାଖ ଗାଁ ଗୁଡିକରେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications