ପୁଣି ମାତିଲା ବାଘ, ଜଙ୍ଗଲରେ ଚିହ୍ନଟ ହେଲା ମହାବଳ ବାଘ ପାଦଚିହ୍ନ
ନୂଆପଡ଼ା: ପୁଣି ମାତିଛି ବାଘ । ନୂଆପଡ଼ା ଜଙ୍ଗଲରେ ମହାବଳ ବାଘର ପାଦଚିହ୍ନ ଠାବ ହୋଇଛି । ଏହା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।

କିଛି ଦିନ ତଳେ ମହାବଳ ବାଘ ମୁନିଗୁଡା ଦହିଖାଲ ଅଞ୍ଚଳରେ ମଇଁଷି ଛୁଆକୁ ଖାଇବା ପରେ ପୁଣି ମହାବଳ ଗତିବିଧି ଉପରେ ନଜର ରଖିଛି ଜିଲ୍ଲା ବନ ବିଭାଗ । ଏହା ପୂର୍ବରୁ ବାଘ ମାତିବା ସହ କେତେ ଜୀବନହାନି ମଧ୍ୟ ହୋଇଥିଲା । ଜଣେ ନାବାଳକକୁ ଟାଣି ନେବା ସହ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲା ।
ଏହା ପରେ ଗ୍ରାମାଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ବାରା ସଚେତନ କରୁଛି ବନ ବିଭାଗ । ମହାବଳ ପୁଣି ଏବେ ଯିବା ବାଟରେ ଫେରୁଥିବା ନଜିର ରହୁଛି । ବର୍ତ୍ତମାନ ସୁଦ୍ଧା ମହାବଳ ବାଘକୁ ବନ ବିଭାଗ ଦେଖି ନଥିବା ବେଳେ ପାଦଚିହ୍ନ କିନ୍ତୁ ଠାବ କରି ନଜର ରଖୁଛି ବନ ବିଭାଗ । ଆଜି ଗୁଡାରି ଓ ଚନ୍ଦ୍ରପୁର ସିମାନ୍ତରେ ବାଘଟି ରହିଥିବାରୁ ବର୍ତ୍ତମାନ ପୁଣି ବାଘଟି ଯିବା ବାଟରେ ଫେରୁଥିବା ଅନୁମାନ କରାଯାଉଛି ।












Click it and Unblock the Notifications