ବାଘ-ପର୍ଯ୍ୟଟକ ମୁହାଁମୁହିଁ, ଶିମିଳିପାଳରେ ଦେଖିବାକୁ ମିଳିଲା ଏଭଳି ଚିତ୍ର
ବାରିପଦା: ଶିମିଳିପାଳ ବୁଲିବାକୁ ଯାଇ ବାଘ ହାବୁଡ଼ରେ ପଡ଼ିଲେ ପର୍ଯ୍ୟଟକ । ସ୍ଥିତି ଏମିତି ଥିଲା ଯେ, ପର୍ଯ୍ୟଟକଙ୍କ ଗାଡ଼ି ଆଗରେ ରାସ୍ତା ଉପରେ ଶୋଇ ରହିଥିଲା ବାଘ । ଫଳରେ ପର୍ଯ୍ୟଟକ ଭୟଭୀତ ହୋଇଯାଇଥିଲେ ।

ଏଭଳି ଏକ ଦୃଶ୍ୟ ଶିମିଳିପାଳ ଅଭୟାରଣ୍ୟରେ ଦେଖିବାକୁ ମିଳିଛି । କିଛି ପର୍ଯ୍ୟଟକ ବାରିପଦାରୁ ଶିମଳିପାଳ ବୁଲିବାକୁ ଯାଇଥିଲେ । ତେବେ ଚହଲାଠାରୁ ପିଠାବଟା ଦେଇ ବାରିପଦା ଫେରୁଥିବା ବେଳେ ଏକ ବାଘ ରାସ୍ତାରେ ଶୋଇଥିବା ଦେଖିବାକୁ ମିଳିଥିଲା । ଏହା ପରେ ବାଘଟି କିଛି ସମୟ ପର୍ଯ୍ୟଟକଙ୍କ ଗାଡ଼ି ଆଗେ ଆଗେ ଚାଲିଥିଲା । ଏପରିକି ବାଘଟି ବାରହା ଶୀକାର କରିବାକୁ ଗୋଡ଼ାଉଥିବାର ମଧ୍ୟ ଦେଖିବାକୁ ପାଇଥିଲେ ପର୍ଯ୍ୟଟକ । ଏବେ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି ।
ତେବେ ବାଘଟି କାହାର କିଛି କ୍ଷତି କରିନାହିଁ। ପର୍ଯ୍ୟଟକମାନେ ମିଳିପାଳ ଅଭୟାରଣ୍ୟରୁ ସୁରକ୍ଷିତ ଭାବେ ଫେରିଛନ୍ତି । ଏହି ଦୃଶ୍ୟକୁ ଜଣେ ପର୍ଯ୍ୟଟକ ନିଜ କ୍ୟାମେରାରେ କଏଦ କରିଛନ୍ତି ।
More From
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications