ଆନନ୍ଦପୁରରେ ବୁଲୁଛି ବାଘ ! ଦେଖନ୍ତୁ ଭାଇରାଲ ଭିଡ଼ିଓ...
ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବୁଲୁଛି ବାଘ । ଘଷିପୁରା ଥାନା ପଞ୍ଚୁପଲ୍ଲି ଗାଁ ନିକଟରେ ବାଘ ବୁଲୁଛି । ଚାଷ ଜମିରେ ବାଘ ବୁଲୁଥିବା ଭିଡିଓ ଭାଇରାଲ ହୋଇଛି । ଏହାକୁ ନେଇ ଆନନ୍ଦପୁର ବ୍ଲକ ପଞ୍ଚୁପଞ୍ଚୁଲୀ ଗାଁରେ ଆତଙ୍କ ଖେଳିଯାଇଛି ।

ଏହା ପରେ ଆନନ୍ଦପୁର ବନ ବିଭାଗ ପକ୍ଷରୁ ଅନୁସନ୍ଧାନ ଆରମ୍ଭ ହୋଇଛି । ଆନନ୍ଦପୁର ଡିଏଡିଫ୍ଓ ଅଭୟ କୁମାର ଦଳେଇ ଭାଇରାଲ ଭିଡିଓ ସମ୍ପର୍କରେ ଜାଣିଥିବା ଏବଂ ଘଟଣାର ସତ୍ୟତା ଅନୁସନ୍ଧାନ ପାଇଁବନ ବିଭାଗ କର୍ମଚରୀଙ୍କ ଦ୍ୱାରା ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରିଥିବା ସୂଚନା ଦେଇଛନ୍ତି । ତେବେ ରାତି ଅଧିକ ହୋଇଥିବାରୁ ଘଟଣାର ସତ୍ୟତା ଜଣାପଡିନଡିଥିବା ପ୍ରକାଶ କରିଛନ୍ତି ।
ପୁଣି ଶନିବାର ସକାଳେ ବନ କର୍ମଚାରୀ ପଞ୍ଚୁପଲୀ ଗାଁକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି । ଚାଷ ଜମିରେ ବାଘ ପଞ୍ଝା ଦେଖିବାକୁ ପାଇଛି ବନ ବିଭାଗ ଟିମ୍ ।
'ବୁଲୁଥିବା ବାଘଟି ଏକ କଲରାପତରିଆ ବାଘ । ହଦଗଡ଼ରୁ ଚାଲି ଆସିଛି । ପାଖରେ ଅଭୟାରଣ୍ୟ ଥିବାରୁ ଏମିତି ଚାଲିଆସିବା ସାଧାରଣ କଥା । ବନ କର୍ମଚାରୀ ସେଠାରେ ଉପସ୍ଥିତ ଅଛନ୍ତି । ପରିସ୍ଥିତି ଉପରେ ନଜର ରଖିଛନ୍ତି । ଲୋକମାନେ ଭୟଭୀତ ହୁଅନ୍ତୁନି । ସନ୍ଧ୍ୟା ହେଲେ ସେ ପଳାଇବ । ତାକୁ ଦେଖିବାକୁ ବା ଘଉଡ଼ାଇବାକୁ ଲୋକମାନେ ଏକାଠି ହୁଅନ୍ତୁନି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।












Click it and Unblock the Notifications