Get Updates
Get notified of breaking news, exclusive insights, and must-see stories!

Tiger In Odisha : ରାଜ୍ୟରେ କମୁଛି ବାଘ ସଂଖ୍ୟା, ଜାଣନ୍ତୁ ଓଡ଼ିଶାରେ ଅଛନ୍ତି କେତେ ବାଘ

Tiger In Odisha : ରାଜ୍ୟରେ କମିବାରେ ଲାଗିଛି ବାଘ ସଂଖ୍ୟା । 2021-22 ଗଣନା ଅନୁସାରେ ରାଜ୍ୟରେ ବାଘ ସଂଖ୍ୟାରେ ଅହେତୁକ ହ୍ରାସ ହୋଇଛି । ରାଜ୍ୟରେ ମାତ୍ର 20 ଟି ମହାବଳ ବାଘ ଅଛନ୍ତି । ସେଥିମଧ୍ୟରୁ ଶିମିଳାପାଳ ବ୍ୟାଘ୍ର ଅଭୟାରଣ୍ୟରେ ଅଛନ୍ତି ମାତ୍ର 16 ଟି ବାଘ । 2018 ରେ ରାଜ୍ୟରେ 28 ଟି ମହାବଳ ବାଘ ଥିବାବେଳେ ବର୍ତ୍ତମାନ ଏହା 20 କୁ ଖସି ଆସିଛି, ଯାହାକି ଏକ ଚିନ୍ତାର ବିଷୟ ।

Tiger

ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି ।
ଜାଣି ରଖନ୍ତୁ, 100 ବର୍ଷ ଆଗରୁ ଏସିଆରେ 1 ଲକ୍ଷ ବାଘ ଥିଲେ । ଏବେ 4ହଜାରରୁ କମ୍ ଅଛି । ବିଶ୍ଵ ବନ୍ୟପ୍ରାଣୀ ପାଣ୍ଠି ଅନୁଯାୟୀ, ଗତ 150 ବର୍ଷ ମଧ୍ୟରେ ବାଘସଂଖ୍ୟାରେ ପ୍ରାୟ 95 ପ୍ରତିଶତ ହ୍ରାସ ପାଇଛି ।

NTCA ରିପୋର୍ଟ ଅନୁସାରେ, ରାଜ୍ୟରେ ବାଘ ସଂଖ୍ୟା କମିବାରେ ଲାଗିଛି ଏପରିକି ଓଡ଼ିଶା ବାଘ ପାଇଁ ସୁରକ୍ଷିତ ନୁହେଁ ବୋଲି ମଧ୍ୟ ଏହି ରିପୋର୍ଟରେ ଦର୍ଶାଯାଇଛି । 2006 ରେ ରାଜ୍ୟରେ ବାଘ ସଂଖ୍ୟା 45 ଥିଲା, 2010 ରେ 32 ବାଘ ଥିଲେ । ସେହିପରି 2014 ଓ 2018 ରେ 28 କୁ ହ୍ରାସ ପାଇଥିଲା ବାଘ ସଂଖ୍ୟା । ବର୍ତ୍ତମାନ ଏହା 20 କୁ ଖସି ଆସିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+