ମାତିଛି ରକ୍ତ ମୁଖା ବାଘ, ନାବାଳକ ପରେ ମହିଳାଙ୍କୁ ମାରି ଖାଇଲା
ନୂଆପଡ଼ା: ମାତିଛି ରକ୍ତମୁଖା ବାଘ । ମଣିଷ ଦେଖିଲେ ଜଙ୍ଗଲକୁ ଟାଣି ନେଇ ଖାଇଦେଉଛି । ଗତ 5 ଦିନ ମଧ୍ୟରେ ଦୁଇ ଜଣଙ୍କୁ ମାରିସାରିଲାଣି ମଣିଷ ଖିଆ ବାଘ । ନାବାଳକଙ୍କ ପରେ ଏବେ ଜଣେ ମହିଳାଙ୍କୁ ଟାଣି ନେଇ ମାରିଦେଇଛି ।

ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଧରମବନ୍ଧା ଥାନା ସୁନାବେଡ଼ା ଅଭୟାରଣ୍ୟ ସିରିଆରିବାହାର ଗ୍ରାମରେ । ମୃତ ମହିଳା ଜଣକ ହେଲେ ରାମେଶ୍ରୀ ମାଝୀ । ଗତକାଲି ସେ ଶୌଚ ହେବା ଲାଗି ଘର ବାହାରକୁ ଯାଇଥିବା ବେଳଏ ବାଘ ଟାଣିନେଇଥିବା ଜଣାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ସେ ଶୌଚ ହେବା ଲାଗି ଘର ବାହାରକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ଘରଲୋକେ ତାଙ୍କୁ ଖୋଜି ବି ପାଇନଥିଲେ । ଆଜି ସକାଳେ ରାମେଶ୍ରୀଙ୍କୁ ବାଘ ଖାଉଥିବାର ଦେଖିବାକୁ ପାଇଥିଲେ । ଲୋକେ ବାଘକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । ହେଲେ ବାଘ ପାଲଟା ସେମାନଙ୍କୁ ଆକ୍ରମଣ କରିବାରୁ ସେମାନେ ଭୟରେ ପଳାଇ ଆସିଥିଲେ ।
ସୂଚନାଯୋଗ୍ୟ, କିଛି ଦିନତଳେ ଜଣେ 7 ବର୍ଷର ନାବାଳକକୁ ଟାଣି ନେଇଥଇଲା ବାଘ । ମାତ୍ର 5 ଦିନ ବ୍ୟବଧାନରେ ଦୁଇ ଜଣଙ୍କୁ ମାରି ସାରିଲାଣି ମଣିଷଖିଆ ବାଘ ।ଏହା ପରେ ନୂଆପଡ଼ା ସଦର ରେଞ୍ଜ ଧରମବନ୍ଧା ସେକ୍ସନରେ ଏକ କଲରାପତରିଆ ବାଘ ଏପରି ଆତଙ୍କ ଖେଳାଇଥିବା ବେଳେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି ।












Click it and Unblock the Notifications