Get Updates
Get notified of breaking news, exclusive insights, and must-see stories!

ନରସିଂହପୁରରେ ବାଘ ମଣିଷ ଲଢେଇ, ବାଘ ମୃତ

ନରସିଂହପୁରରେ ବାଘ ମଣିଷ ଲଢେଇ । ଏ ଖବର ଯେତିକି ଚାଂଚଲ୍ୟକର ସେତିକି ରହସ୍ୟମୟ । କାରଣ ବାଘ ଆକ୍ରମଣରେ ଜଣେ ଲୋକ ଆହତ ହୋଇଛନ୍ତି । ହେଲେ ଏ ଲଢେଇ ପରେ ବାଘର ମୃତ ଦେହ ଉଦ୍ଧାର ହେବା ସମସ୍ତଙ୍କୁ ଚକିତ କରିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Tiger

କଟକ ଜିଲ୍ଲା ନରସିଂହପୁର ପଶ୍ଚିମ ବନ ବିଭାଗ ଅଧିନ ଜୟପୁର ଅନନ୍ତ ପ୍ରସାଦ ଗାଁରେ ଗୋଟିଏ କଲରାପତରିଆ ବାଘ ଘରେ ପଶି ଯାଇଥିଲା । ହଠାତ୍‌ ସେହି ଯୁବକଙ୍କୁ ଆକ୍ରମଣ କରିବାକୁ ଲାଗିଥିଲା । ଏପିରିକି ଲମ୍ଫ ମାରିବାକୁ ଉଦ୍ୟମ ମଧ୍ୟ କରିଥିଲା । ହେଲେ କିଛି ମିନିଟ ଧରି ସାହସ କରି ବାଘ ସହିତ ଲଢେଇ କରିଥିଲେ । ଶେଷରେ ଦୀର୍ଘ ସମୟ ଧରି ବାଘ-ମଣିଷ ଲଢେଇ ହାରିଥିଲା ବାଘ । ଏହି ଲଢେଇ ବାଘଟିର ମୃତ୍ୟୁ ହୋଇଯାଇଥିବା ବେଳେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଖବର ପାଇ ବନବିଭାଗ ଟିମ୍‌ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+