Get Updates
Get notified of breaking news, exclusive insights, and must-see stories!

ମାତିଛି ମଣିଷଖିଆ ବାଘ, 7 ବର୍ଷର ଶିଶୁ ପରେ ଗୁହାଳରେ ପଶି ଖାଇଲା ଗାଈ

ନୂଆପଡା: ମାତିଛି ମଣିଷଖିଆ ବାଘ । ସୁନାବେଡା ଅଭୟାରଣ୍ୟରେ ଆତଙ୍କ ଖେଳାଇଛି କଳରାପତରିଆ ବାଘ । ଗତକାଲି ସନ୍ଧ୍ୟାରେ 7 ବର୍ଷର ଶିଶୁଙ୍କୁ ଝାମ୍ପିନେଇଥିଲା ବାଘ । ଏହି ଅଭାବନୀୟ ଘଟଣା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଥିବା ବେଳେ ଗତକାଲି ରାତିରେ ଜଣେ ବ୍ୟକ୍ତିଙ୍କ ଗୁହାଳରେ ପଶି ଗାଈକୁ ମାରି ଖାଇଛି ବାଘ ।

Tiger

ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୋଧସ ନିକଟରେ ଥିବା ଏକ ଜନବସତିରେ ଗତକାଲି ସନ୍ଧ୍ୟାରେ ଜଣେ 7 ବର୍ଷର ଶିଶୁକୁ ଟାଣି ନେଇଥିଲା କଲରାପତରିଆ ବାଘ । ଏହା ପରେ ଗୁହାଳରେ ପଶି ଏକ ଗାଈକୁ ଟାଣି ନେଇଛି । ଗାଈର ମାଲିକ ଅର୍ଜୁନ ଧୁରୁଆ ରାତିରେ ଗୁହାଳରେ ନିଜ ଗାଈକୁ ବାନ୍ଧିଥିଲେ । ହେଲେ ସକାଳେ ଗାଈର ଅଧା ମୃତଦେହ ଘର ପାଖରେ ପଡ଼ିଥିବାର ସେ ଦେଖିବାକୁ ପାଇଥିଲେ । ଯାହାକୁ ନେଇ ସ୍ଥାନୀୟ ଲୋକେ ଛାନିଆ ହୋଇପଡ଼ିଛନ୍ତି ।

ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ଦାଣ୍ଡରେ ଖେଳୁଥିବା ଜଣେ 7 ବର୍ଷର ନାବାଳକକୁ ବାଘ ଟାଣି ନେଇ ମାରିଦେଇଥିଲେ । ଗୋଧସପଡ଼ାରେ ସୋମବାର ସନ୍ଧ୍ୟାରୁ 3-4 ଜଣ ନାବାଳକ ଏକାଠି ଖେଳୁଥିଲେ । ଏହି ସମୟରେ ହଠାତ୍ 2 ଟି ବାଘ ଆସି ହୁମନ ଧରୁଆଙ୍କ 7 ବର୍ଷର ପୁଅ ଡମ୍ବରୁକୁ ଟାଣି ନେଇଥିଲେ । ଏହା ଜାଣିବା ପରେ ଗ୍ରାମବାସୀ ଠେଙ୍ଗାବାଡ଼ି ଧରି ଗୋଡ଼ାଇଥିଲେ । ଫଳରେ 200 ମିଟର ଦୂରରେ ଏକ ପଥର ଚଟାଣରେ ନାବାଳକକୁ ଛାଡ଼ି ବାଘ ପଳାଇ ଯାଇଥିଲେ । ଗ୍ରାମବାସୀ ପହଞ୍ଚିବାର କିଛି ସମୟରେ ପରେ ନାବାଳକର ମୃତ୍ୟୁ ହୋଇ ଯାଇଥିଲା । ଖବର ପାଇ ବନ କର୍ମଚାରୀମାନେ ମଧ୍ୟରେ ଗାଁରେ ପହଞ୍ଚି ମୃତଦେହ ନେଇ ନୂଆପଡ଼ା ଡାକ୍ତରଖାନାକୁ ଆସିଥିବା ଜଣାଯାଇଛି । ଗ୍ରାମବାସୀଙ୍କ କହିବା ଅନୁସାରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ବାଘ ଥିଲେ ।

ଏବାବଦରେ ସୁନାବେଡ଼ା ଅଭୟାରଣ୍ୟ ବନ୍ୟଜନ୍ତୁ ବିଭାଗ ଡିଏଫ୍‌ଓ ମହାଦେବ ବୁଡ଼େକ କହିଛନ୍ତି ଯେ ବାଘ ଜଣେ ନାବାଳକଙ୍କୁ ମାରିଥିବା ଖବର ପାଇବା ପରେ ବନ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା । ସେମାନେ ନାବାଳକର ମୃତଦେହ ଉଦ୍ଧାର କରି ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ଆଣିଥିଲେ । ବନ ବିଭାଗ ରେଞ୍ଜରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ପହଞ୍ଚିଛନ୍ତି । ଲୋକେ ବାଘ ଭୟରେ ତାଟି କବାଟ ବନ୍ଦ କରିଦେଇଥିବାବେଳେ ବନ୍ୟପ୍ରାଣୀ ବିଭାଗ ଅଧିକାରୀମାନେ ବିଜୁଳୀ ବ୍ୟବସ୍ଥା କରିଗାଁ ଲୋକଙ୍କୁ ସୁରକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+