ଆଜି ଠୁ ଶିମିଳିପାଳ ବାଘ ଗଣନା
ମୟୁରଭଞ୍ଜ: ଶିମିଳିପାଳରେ ଆଜିଠୁ ଆରମ୍ଭ ହେବ ବାଘ ଗଣନା । ମାସ ଶେଷ ପର୍ଯ୍ୟନ୍ତ ଅର୍ଥାତ୍ 31 ତାରିଖ ପର୍ଯ୍ୟନ୍ତ ବାଘ ଗଣନା ଚାଲିବ । ପ୍ରତିଦିନ ସକାଳ 9 ରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ବାଘ ଗଣନା ହେବ । ବାଘ ସମେତ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଓ ପକ୍ଷୀଙ୍କର ହେବ ଗଣନ। । ଏଥିପାଇଁ 450 ରୁ ଅଧିକ ଟ୍ରାପ କ୍ୟାମେରା ଲାଗିଛି । ବିସ୍ତୁତ ଅଞ୍ଚଳ ହୋଇଥିବାରୁ 3ଟି ପର୍ଯ୍ୟାୟରେ ଟ୍ରାପ କରାଯିବ ।

20 ତାରିଖ ପର୍ଯ୍ୟନ୍ତ ସାଇନସର୍ଭେ, 25 ରୁ 28 ତାରିଖ ଯାଏଁ ଲାଇନ ଟ୍ରାନଜେଟ ଏବଂ 1 ରୁ 25 ନଭେମ୍ବର ଯାଏଁ କ୍ୟାମେରା ଟ୍ରାପିଙ୍ଗ ମାଧ୍ୟମରେ ବାଘ ଗଣନା କରାଯିବ ବୋଲି ଶିମିଳିପାଳ ଉପ ନିର୍ଦ୍ଦେଶକ କହିଛନ୍ତି ।
ଶିମିଳିପାଳ ଉତ୍ତର ଓ ଦକ୍ଷିଣ ସମେତ ବାରିପଦା, ରାଇରଙ୍ଗପୁର ଏବଂ କରଞ୍ଜିଆ ସବଡିଭିଜନର ସାତକୋଶିଆ, ବିଶୋଇ ଓ କପ୍ତିପଦା ଆଦି ଅଂଚଳରେ ମଧ୍ୟ ବାଘ ଗଣନା କରାଯିବ । ବାଘଙ୍କ ପାଦ, ରଙ୍ଗ, ଗଛରେ ରାମ୍ପୁଡା ଦାଗରୁ ଡିଏନଏ ନମୁନା ସଂଗ୍ରହ କରାଯିବ । ଜାନୁଆରୀ 31 ସୁଦ୍ଧା ଏ ସମ୍ପର୍କରେ ପୂର୍ଣ୍ଣାଙ୍ଗ ରିପୋର୍ଟ କେନ୍ଦ୍ରକୁ ଦିଆଯିବ । ଶିମିଳିପାଳରେ ମୋଟ୍ 200 ବିଟ୍ ରହିଛି । ଆଉ ପ୍ରତି ବିଟରେ 2-3 କର୍ମଚାରୀ ଏହି ଗଣନା କାମରେ ନିୟୋଜିତ ହେବେ । କେବଳ ବାଘ ଗଣତିରେ 700 ରୁ 800 ବନ କର୍ମଚାରୀ ନିୟୋଜିତ ରହିବେ । କେବଳ ବାଘ ଗଣତି 25 ରୁ 40 ଦିନ ଚାଲିବ । 2021 ରୁ ଏଯାବତ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇଛି ।












Click it and Unblock the Notifications