Get Updates
Get notified of breaking news, exclusive insights, and must-see stories!

ଆତଙ୍କ ରଚିଛି ରକ୍ତମୁଖା ବାଘ, ପୁଣି ଜଣେ ନାବାଳକକୁ ଝାମ୍ପିଲା

ନୂଆପଡ଼ା: ମାତିଛି ମଣିଷ ଖିଆ ବାଘ । ଜଣକ ପରେ ଜଣକୁ ଝାମ୍ପି ନେଇ ଜଙ୍ଗଲକୁ ପଳାଉଛି । ଗତ 5 ଦିନ ମଧ୍ୟରେ ତିନି ଜଣଙ୍କୁ ଟାଣି ନେଲାଣି ରକ୍ତମୁଖା କଲରାପତରିଆ ବାଘ । ଗତକାଲି ସନ୍ଧ୍ୟାରେ ଜଣେ ମହିଲାଙ୍କୁ ଟାଣି ନେବାପରେ ଆଜି ସନ୍ଧ୍ୟାରେ ଆଉ ଜଣେ ନାବାଳକୁ ଟାଣିନେଇଛି ।

tiger Attack

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ସଦର ରେଞ ଧରମବନ୍ଧା ସେକସନ୍‌ରେ । ସନ୍ଧ୍ୟା ପ୍ରାୟ 6 ଟା ବେଳେ ସାଙ୍ଗମାନଙ୍କ ସହ ଖେଳୁଥିଲା ବେଳେ ନୀଳକଣ୍ଠଙ୍କୁ ଝାମ୍ପି ନେଇଥିଲା କଲରାପତରିଆ ବାଘ । ବାଘଟି ନୀଳକଣ୍ଠକୁ ମୁହଁରେ କାମୁଡ଼ି ଯାଉଥିବା ବେଳେ ବାଘ... ବାଘ... ଚିତ୍କାରରେ ଫାଟି ପଡ଼ିଲା ଗାଁ ଦାଣ୍ଡ । ହାତରେ ବାଡ଼ି, ଧାରୁଆ ଅସ୍ତ୍ର ଧରି ବାହାରିଥିଲେ ଗାଁ ଲୋକ । ଏହା ପରେ ନୀଳକଣ୍ଠଙ୍କୁ ଛାଡ଼ି ସିଲିଆରିବାହାରା ଜଙ୍ଗଲରୁ ପଳାଇ ଯାଇଥିଲା । ଗାଁ ଲୋକେ ନୀଳକଣ୍ଠକୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି ।
ଖବର ପାଇଁ ଗାଁରେ ପହଞ୍ଚିଛି ବନ ବିଭାଗ । ବାଘର ଗତିବିଧି ଉପରେ କଡ଼ା ନଜର ରଖିଛି । ବର୍ତ୍ତମାନ ବାଘଟି ସୁନାବେଡ଼ା ଅଭାୟରଣର ସିଲିଆରିବାହାରା ଜଙ୍ଗଲରେ ଘୁରି ବୁଲୁଛି । ତେଣୁ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ନଯିବା ପାଇଁ ଗାଁ ଲୋକଙ୍କୁ ପରାମର୍ଶ ଦେଇଛି ବନ ବିଭାଗ ।

ସୂଚନା ଥାଉକି, ଶୁକ୍ରବାର କୋଦପାଲିର ପଡ଼ୋଶୀ ସିଲିଆରିବାହାରା ଗାଁରୁ ଜଣେ ମହିଳାଙ୍କୁ ଝାମ୍ପି ନେଇଥିଲା ବାଘ । ସନ୍ଧ୍ୟା ବେଳେ 45 ବର୍ଷୀୟ ମହିଲା ରାମେଶ୍ୱରୀ ବାଈ ମାଝି ଜଙ୍ଗଲକୁ ଶୌଚ ପାଇଁ ଯାଇଥିଲେ । ସେହି ସମୟରେ ବାଘ ତାଙ୍କୁ ନେଇଯାଇଥିଲା । ରାତି ସାରା ପରିବାର ଓ ଗାଁ ଲୋକେ ବହୁ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର ପତ୍ତା ପାଇନଥିଲେ। ଆଜି ମଧ୍ୟାହ୍ନରେ ରାମେଶ୍ୱରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଜଙ୍ଗଲ ଭିତରୁ ପରିବାର ଲୋକେ ଉଦ୍ଧାର କରିଥିଲେ । ବନ ବିଭାଗ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

ଏହାର କିଛି ଦିନ ତଳେ ଧରୁଆମୁଣ୍ଡା ପଞ୍ଚାୟତର କଟିଙ୍ଗପାଣି ଗାଁର ଗୋଧଥପଡ଼ାରୁ ଜଣେ ନାବାଳକକୁ ଝାମ୍ପି ନେଇଥିଲା ବାଘ । ଜଙ୍ଗଲ ଭିତରୁ ନାବାଳକକୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଘରେ ପହଞ୍ଚିଲା ବେଳକୁ ନାବାଳକର ମୃତ୍ୟୁ ହୋଇସାରିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+