କାହିଁକି ବଢୁଛି ଘଡ଼ଘଡ଼ି ? ଏଥିରୁ କିପରି ରକ୍ଷା ପାଇବେ...ଜାଣନ୍ତୁ, କଣ କହୁଛନ୍ତି ପାଣିପାଗ ବିଜ୍ଞାନୀ
ଗତ କିଛି ବର୍ଷ ମଧ୍ୟରେ ଘଡ଼ଘଡ଼ି ଓ ବିଜୁଳି ପରିମାଣ ବଢିଛି । ଏଥିରେ ହଜାର ହଜାର ଲୋକଙ୍କ ବହୁମୂଲ୍ୟ ଜୀବନହାନି ହୋଇଛି । ଏହା ସହ ଅନେକ ଗୁରୁତର ହୋଇଛନ୍ତି । ଗତ ଶନିବାର ଦିନ ରାଜ୍ୟରେ ଅପରାହ୍ନ 5 ଟା ସୁଦ୍ଧା 62 ହଜାର 350 ଥର ବିଜୁଳି ଘଡ଼ଘଡ଼ି ମାରିଛି । ଏଥିରେ ଗୋଟିଏ ଦିନରେ 12 ଜଣଙ୍କର ପ୍ରାଣହାନି ହୋଇଛି । ଏହା ବାଦ୍ 14 ଜଣ ଆହତ ହୋଇଛନ୍ତି । ଏପରିକି 8 ଗାଈଗୋରୁଙ୍କ ଜୀବନ ବି ଯାଇଛି ।

ଶନିବାର ରାଜ୍ୟରେ ହୋଇଥିବା ବଜ୍ରପାତ ଏତେ ଭୟଙ୍କ ଥିଲା ଯେ, ପ୍ରାୟ ଦେଢ ଘଣ୍ଚା ଧରି ଆକାଶରୁ ଗର୍ଜନ ଶୁଭିଥିଲା । ଗୋଟିଏ ଦିନରେ ମାରିଥିବା 62 ହଜାର 350 ବିଜୁଳି ମଧ୍ୟରୁ 25 ହଜାର 753 ଟି ବିଜୁଳି ଭୂପୃଷ୍ଠ ଛୁଇଁଛି ।
ଏହା ସହ ଘଡ଼ଘଡ଼ି ବିଜୁଳିରେ ଗତ 5 ବର୍ଷରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଉଦବେଗଜନକ ରହିଛି । ସ୍ୱତନ୍ତ୍ର ରିଲିଫ୍ କମିଶନର(SRC)ଙ୍କ ତଥ୍ୟ ଅନୁସାରେ ଗତ 5 ବର୍ଷରେ ରାଜ୍ୟରେ 1727 ଜଣଙ୍କ ଜୀବନ ନେଇଛି ବଜ୍ରପାତ । ଦେଶରେ ବିଜୁଳି ଘଡଘଡି ଜନିତ ମୃତ୍ୟୁ ହାରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଯାହାକି ଏକ ଚିନ୍ତାର କାଣ ପାଲଟିଛି । 2021 ରୁ ଓଡ଼ିଶାରୁ ସର୍ବାଧିକ 213 ଲୋକଙ୍କ ଜୀବନ ହାନି ହୋଇଛି । ଏପରିକି ଗତ 2 ମାସରେ 20 ଜଣ ବିଜୁଳିରେ ପ୍ରାଣ ହରାଇଛନ୍ତି ।
ତେବେ ପାଣିପାଗ ବିଜ୍ଞାନୀଙ୍କ ମତ, ଏବେ ଓଡ଼ିଶାରେ ମୌସୁମୀ ଦୁର୍ବଳ ଥିବାରୁ ବାୟୁମଣ୍ଡଳ ଉପରି ଭାଗରେ ଉତପ୍ତ ଶୁଷ୍କ ବାୟୁ ରହିଛି । ଅନ୍ୟପଟେ ଘୁର୍ଣ୍ଣିବଳୟ ପ୍ରଭାବରେ ସମୁଦ୍ର ଭିତରୁ ଜଳୀୟ ବାଷ୍ପପୂର୍ଣ୍ଣ ଆଦ୍ର ବାୟୁ ଭୂମଣ୍ଡଳ ଆଡ଼କୁ ଆସୁଛି, ବିଜୁଳିର ବାରମ୍ବାରତା ଓ ତୀବ୍ରତା ବଢ଼ୁଛି । ତେବେ ବଜ୍ରପାତ ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ 3 ଘଣ୍ଟା ପୂର୍ବରୁ ନିର୍ଦ୍ଦିଷ୍ଟ ଅଞ୍ଚଳ ସମ୍ପର୍କିତ ସୂଚନା ଦିଆଯାଉଛି । ଲୋକେ ସଚେତନ ହେଲେ, ନିଶ୍ଚିତ ଭାବେ ବଜ୍ରପାତଜନିତ ମୃତ୍ୟୁ ରୋକାଯାଇପାରିବ ।
ଏହା ବାଦ୍ ଗାଁ ଗହଳିରେ ବଜ୍ରପାତ ରୋକିବା ପାଇଁ ବହୁଳ ମାତ୍ରାରେ ତାଳଚାରା ରୋପଣ କରିବାର ଆବଶ୍ୟକତା ରହିଛି ।
ଏ ସବୁ ମଧ୍ୟରେ ପ୍ରଶ୍ନ ଉଠୁଛି, ଆଗକୁ ବଜ୍ରପାତର ଆଶଙ୍କା ରହିଛି ବୋଲି କେମିତି ଜାଣିବେ ? ବଜ୍ରପାତରୁ ରକ୍ଷା ପାଇବା ପାଇଁ କ'ଣ କରିବେ ? ଆସନ୍ତୁ ଜାଣିବା ପାଣିପାଗ ବିଶେଷଜ୍ଞ ଏ ନେଇ କଣ କହୁଛନ୍ତି ।
ପାଣିପାଗ ବିଶେଷଜ୍ଞଙ୍କ ମତରେ, ଆମ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର ଓ ଗଞ୍ଜାମ ଜିଲ୍ଲା ସର୍ବାଧିକ ବଜ୍ରପାତ ପ୍ରବଣ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ଅଧିକ ବଜ୍ରପାତ ହୋଇଥାଏ । ଆକାଶରେ କଳାହାଣ୍ଡିଆ ମେଘ ଦେଖାଦେଲେ ବା ଆକାଶ ଆଂଶିକ ମେଘୁଆ ଓ ଶୁଖିଲା ଦେଖାଗଲେ, ଏହା ବଜ୍ରପାତର ସଙ୍କେତ । ଯଦି 30 ସେକେଣ୍ଡ ବ୍ୟବଧାନରେ ଦୁଇଥର ଘଡ଼ଘଡ଼ି ଶୁଣାଯାଏ, ଭୟଙ୍କର ବଜ୍ରପାତର ସଙ୍କେତ । ଏଭଳି ସମୟରେ ଖୋଲା ସ୍ଥାନରେ, ଗଛ ତଳେ କିମ୍ବା ଜଳାଶୟ ମଧ୍ୟରେ ରହିବା ଅନୁଚିତ । ତୁରନ୍ତ ନିକଟସ୍ଥ ବାସଗୃହ ଭିତରକୁ ଚାଲିଯିବା ଉଚିତ । ବିଲ ଭିତରେ ଥିଲେ ମୁଣ୍ଡକୁ ନୁଆଁଇ ରଖି ଗୋଡ଼କୁ ମାଟିରୁ ସର୍ବନିମ୍ନ ସ୍ପର୍ଶରେ ରୁହନ୍ତୁ ।
ପାଣିପାଗ ବିଜ୍ଞାନୀଙ୍କ ମତରେ, ଜଳବାୟୁ ପରିବର୍ତ୍ତନ ବଜ୍ରପାତ ବୃଦ୍ଧିର ଏକ ବଡ଼ କାରଣ । ଏହାଯୋଗୁ ଆଗାମୀ ବର୍ଷଗୁଡ଼ିକରେ ବଜ୍ରପାତ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି । ତେଣୁ ଏ ନେଇ ଲୋକଙ୍କୁ ସଚେତନ କରାଇବା ନିହାତି ଆବଶ୍ୟକ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications