କାଳ ହେଲା ପିକନିକ୍, ବସ୍-ଟ୍ରକ୍ ଧକ୍କାରେ ଚାଲିଗଲା 3 ଜୀବନ
ଦଶପଲ୍ଲା: ପିକନିକ୍ ଯାଇ ପ୍ରାଣ ହରାଇଲେ ଛାତ୍ରଛାତ୍ରୀସ । ସଡ଼କ ଦୁର୍ଘଟଣାରେ ଚାଲିଗଲା 3 ଜଣଙ୍କର ଜୀବନ । ବସ୍-ଟ୍ରକ୍ ଧକ୍କା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଅନ୍ୟ 11 ଜଣ ଗୁରୁତର ଆହତ ହୋଇଛନ୍ତି ।

ଗତ ରାତିରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ବୁଗୁଡ଼ା ନିକଟ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦଶପଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର 50 ରୁ ଅଧିକ ଛାତ୍ରଛାତ୍ରୀ ପିକନିକ୍ କରିବାକୁ ବଲାଙ୍ଗିର ଜିଲ୍ଲାର ହରିଶଙ୍କରକୁ ଯାଉଥିଲେ । ବୁଗୁଡ଼ା ନିକଟ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏକ ଟ୍ରକ ସହ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ 2 ଜଣ ଏବଂ ମେଡିକାଲ ଯିବା ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା ।
11 ଗୁରୁତରଙ୍କ ମଧ୍ୟରୁ 4 ଜଣ ଦଶପଲ୍ଲା ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ 7 ଜଣଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଦଶପଲ୍ଲା ବିଧାୟକ ରମେଶ ବେହେରା ଓ ନୟାଗଡ଼ ଏସପି ରାହୁଲ ଜୈନ ମେଡିକାଲ ଯାଇ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।












Click it and Unblock the Notifications