ଆନନ୍ଦପୁରରେ ବନ୍ଧୁକଧାରୀ ଲୁଟେରା, ଶିକ୍ଷୟତ୍ରୀଙ୍କ ଠାରୁ ଲୁଟ୍
ଆନନ୍ଦପୁର: ସ୍ପଷ୍ଟ ଦିବାଲୋକରେ ବନ୍ଧୁକଧାରୀ ଲୁଟେରାଙ୍କ ଆତଙ୍କ । ମୁଣ୍ଡରେ ବନ୍ଧୁକ ଲଗାଇ ଶିକ୍ଷୟତ୍ରୀଙ୍କ ଠାରୁ ଲୁଟିନେଲେ ସୁନାଗହଣା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁରର ସୋସୋ ଥାନା ଆମ୍ବଗଡ଼ିଆ କେନାଲ ବନ୍ଧ ନିକଟରେ ।

ବନ୍ଧୁକଧାରୀ ଲୁଟେରା ଶିକ୍ଷୟତ୍ରୀଙ୍କ ଠାରୁ ଲୁଟି ନେଇଛନ୍ତି ଟଙ୍କା, ସୁନା ଗହଣା ଓ ଦୁଇଟି ମୋବାଇଲ । ପଢ଼ିଆରୀ ପଲ୍ଲୀ ହାଇସ୍କୁଲ ଶିକ୍ଷୟିତ୍ରୀ ନିବେଦିତା ପାତ୍ର ନିଜ ଗାଁ ମଟରା ଗଡ଼ିଆରୁ ସ୍କୁଟିରେ ସ୍କୁଲକୁ ଯାଉଥିବା ସମୟରେ ତିନିଜଣ ଯୁବକ ଏକ କଳା ରଙ୍ଗର ପଲସରରେ ଆସି ତାଙ୍କୁ ଅଟକାଇଥିଲେ ।ଶିକ୍ଷୟିତ୍ରୀ ନିବେଦିତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ସୁନାଚେନ, ମୁଦି, ଦୁଇଟି ମୋବାଇଲ, ନଗଦ ଦୁଇ ହଜାର ଟଙ୍କା ଲୁଟି ନେଇଛନ୍ତି । ଏପରିକି ସ୍କୁଟିର ଚାବି ମଧ୍ୟ ନେଇଯାଇଛନ୍ତି । ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ଜରିଆରେ ଶିକ୍ଷୟିତ୍ରୀ ନିବେଦିତା ନିଜ ଘରକୁ ସୂଚନା ଦେଇଥିଲେ ।
ଖବର ପାଇ ସୋସୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ପଷ୍ଟଦିବାଲୋକରେ ଲୁଟ୍ ହୋଇଥିବାବେଳେ ଭୟଭୀତ ହୋଇଛନ୍ତି ସ୍ଥାନୀୟ ଲୋକେ । ଅଭିଯୁକ୍ତଙ୍କୁ ଶୀଘ୍ର ଧରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।












Click it and Unblock the Notifications