ବିଷ ପିଇଦେଲେ ଗୋଟିଏ ପରିବାରର 3 ଜଣ
ବରଗଡ଼: ଗୋଟିଏ ପରିବାରର ତିନି ଜଣ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବରଗଡ଼ ଜିଲ୍ଲା ସୋହେଲାରୁ । ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାମୀଭ୍ର ମୃତ୍ୟୁ ପରେ ସ୍ତ୍ରୀ ଓ ଦୁଇ ପିଲା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ବିଷ ପିଇ ଘରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ସମୟରେ ଲୋକ ଚିତ୍କାର ଶୁଣି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ମାଆଝିଅ ସୁସ୍ଥ ଥିବାବେଳେ ପୁଅ ଗୁରୁତର ଥିବା ସୂଚନା ମିଳିଛି । ପୁଅର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଅଭିଯୋଗ ଅନୁସାରେ 4ଦିନ ତଳେ ଅର୍ଜୁନ ସାହୁଙ୍କର ଅକାଳ ମୃତ୍ୟୁ ହୋଇଥିଲା । ପରେ ପୁଅ ଓ ଝିଅଙ୍କ ସହିତ ମାଆ ମାନସିକ ଅବସାଦରେ ରହୁଥିଲେ । ମାନସିକ ଅବସାଦରୁ ସମସ୍ତେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁସାରେ, ମାଷ୍ଟର୍ ପଡାର ସ୍ୱର୍ଗତ ଅର୍ଜୁନ ସାହୁଙ୍କ ସ୍ତ୍ରୀ କୁମୋଦିନୀ ସାହୁ, ପୁଅ ବଂଶୀଧର ସାହୁ ଓ ଝିଅ ସୁବର୍ଣ୍ଣ ମହାଜନ ଘର କବାଟ ବନ୍ଦ କରି ବିଷ ପିଇ ଘରେ ଶୋଇ ପଡ଼ିଥିଲେ । ଆଜି ଦିନ 11 ଟାରେ ସେମାନେ ଏପରି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । କୌଣସି ସୂତ୍ରରୁ ପାଖ ପଡୋଶୀ ଖବର ପାଇବା ପରେ ପୋଲିସକୁ ସୂଚନା ଦେଇଥିଲେ ।
ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା । ତିନି ଜଣଙ୍କ ମଧ୍ୟରୁ ପୁଅ ବଂଶୀଧର ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ମା' ଓ ଝିଅଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ମାନସିକ ଚାପ ଗ୍ରସ୍ତ ହୋଇ ସେମାନେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି ।












Click it and Unblock the Notifications