ଆନନ୍ଦପୁରରେ ଟ୍ରକ୍ ଧକ୍କାରେ ତିନି ବାଇକ୍ ଆରୋହୀ ମୃତ
କେନ୍ଦୁଝର: ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି ।

ଘଷିପୁରା ନିକଟସ୍ଥ ବାରିଗାଁ ନିକଟରେ 20 ନମ୍ବର ଜାତୀୟ ରାଜପଥ ଉପରେ ଏକ ବାଇକରେ ତିନି ଜଣ ଯାଉଥିବା ବେଳେ ଦ୍ରୁତଗାମୀ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ 3 ବାଇକ ଆରୋହୀଙ୍କ ଜୀବନ ଚାଲିଯାଇଥିଲା । ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ତେବେ ମୃତକଙ୍କ ପରିଚୟ ମିଳି ପାରି ନାହିଁ ।












Click it and Unblock the Notifications