ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ତିନି ଜଣଙ୍କର ମୃତ୍ୟୁ
କେନ୍ଦୁଝର: ଆନନ୍ଦପୁର ଉପଖଣ୍ଡରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆନନ୍ଦପୁର-କରଞ୍ଜିଆ ରାସ୍ତା ପଦ୍ମପୁର ଗେଟ୍ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 2 ପୁରୁଷ ଓ ଜଣେ ମହିଳା ଅଛନ୍ତି । ସମସ୍ତମ ମୃତକଙ୍କ ଘର ମୟୂରଭଞ୍ଜରେ ବୋଲି ଜଣାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଆନନ୍ଦପୁରରୁ କରଞ୍ଜିଆ ଅଭିମୁଖେ ଏକ ବାଇକ୍ ଯାଉଥିବା ବେଳେ ସେଥିରେ ଦୁଇ ପୁରୁଷ ଓ ଜଣେ ମହିଳା ଥିଲେ । ପଦ୍ମପୁର ଗେଟ୍ ନିକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ତାକୁ ଧକ୍କା ଦେଇଥିଲା । ଫଳରେ ଆନନ୍ଦପୁରରୁ କରଞ୍ଜିଆ ଅଭିମୁଖେ ଯାଉଥିବା ବାଇକ୍ରେ ଥିବା ତିନି ଜଣ ଛିଟିକି ପଡ଼ିଥିଲେ ।
ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି ।
ମୃତ ତିନି ଜଣଙ୍କ ମଧ୍ୟରୁ ଜଣଙ୍କ ନାମ ଅଭିରାମ ବେହେରା ବୋଲି ଜଣାଯାଇଛି । ଅନ୍ୟ ଦୁଇ ଜଣଙ୍କ ପରିଚୟ ମିଳି ପାରିନି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ଦୁର୍ଘଟଣାଗ୍ରସ୍ତ ବାଇକ୍କୁ ଜବତ କରିଛି।












Click it and Unblock the Notifications