ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ; 3 ମୃତ, 4 ଗୁରୁତର
କେନ୍ଦ୍ରାପଡ଼ା: ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଚିଛି । କେନ୍ଦ୍ରାପଡ଼ା ଜିଲ୍ଲା ଓସ୍ତପୁର ନିକଟରେ ସଡ଼କ ଦୁର୍ଘଟଣାରେ 3 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ 4 ଜଣ ଆହତ ହୋଇଛନ୍ତି । ମୃତକ ମାନେ ମହିଳା ବୋଲି ଜଣାଯାଇଛି ।
ବୋଲେରୋଟି ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଦୁର୍ଘଟଣା ଘଟିଛି । ମୃତାହତଙ୍କ ପରିଚୟ ମିଳିନାହିଁ। ସମସ୍ତେ କଳାକାର ବୋଲି ଜଣାଯାଇଛି । ଆହତମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଆଜି ସକାଳେ ନରଣପୁରରୁ ଡ୍ରାମା ରିହରସାଲ୍ ସାରି ବୋଲେରୋ ଯୋଗେ ନିଜ ଗାଁକୁ ଫେରୁଥିଲେ କଳାକାର । ଏହି ସମୟରେ ଓସ୍ତପୁର ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ 3 ଜଣ କଳାକାରଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ତାନାନ୍ତର କରାଯାଇଛି ।
ଗାଡ଼ି ଭିତରେ 7 ଜଣ କଳାକାର ଥିଲେ । ସେମାନଙ୍କ ମଧ୍ୟରେ 5 ଜଣ ମହିଳା ଓ 2 ଜଣ ପୁରୁଷ ଥିବା ଜଣାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି । ଡ୍ରାଇଭରର ଆଖି ଲାଗିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।












Click it and Unblock the Notifications