ପାଇଖାନା ଟାଙ୍କିରେ ଖସିପଡ଼ି ୩ ଶିଶୁଙ୍କର ମୃତ୍ୟୁ
ଖେଳୁଥିବା ସମୟରେ ପାଇଖାନା ଟାଙ୍କିରେ ଖସିପଡ଼ି ୩ ଶିଶୁଙ୍କର ମୃତ୍ୟୁ ଘଟିଛି। କଟକ ଜିଲା ବଡ଼ମ୍ବା ଥାନା ରଗଡ଼ିପଡ଼ାରେ ସୋମବାର ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମୃତକମାନଙ୍କ ମଧ୍ୟରେ ୨ ନାବାଳକ ଏବଂ ଜଣେ ନାବାଳିକା ରହିଛନ୍ତି। ସେମାନେ ହେଲେ ୩ ବର୍ଷୀୟ ଶୁଭମ, ୯ ବର୍ଷୀୟ ଅଙ୍କିତ ନାୟକ ଏବଂ ୭ ବର୍ଷୀୟା ଶିବାନୀ। ଏମାନଙ୍କ ଘର ବଡ଼ରାବେଣା ଏବଂ ଇଚ୍ଛାପୁର ଅଞ୍ଚଳରେ। ସମସ୍ତେ ନିଜ ନିଜ ମାମୁଝର ରଗଡ଼ିପଡ଼ାକୁ ବୁଲିବାକୁ ଆସିଥିଲେ। ସୋମବାର ସକାଳେ ସେମାନେ ଟାଙ୍କି ନିକଟରେ ଖେଳୁଥିବା ସମୟରେ ଅସାବଧାନତାବଶତଃ ଭିତରକୁ ଖସିପଡ଼ିଥିଲେ। ଟାଙ୍କିରେ ପାଣି ଥିବାରୁ ସେଥିରେ ବୁଡ଼ି ସମସ୍ତଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।












Click it and Unblock the Notifications