ଶ୍ରୀମନ୍ଦିର ସହ ଲିଙ୍ଗରାଜ ମନ୍ଦିରରେ ବଦଳିଲା ନିୟମ, ମନ୍ଦିରକୁ ଏହି ସବୁ ଜିନିଷ ମନା
ଭୁବନେଶ୍ୱର: ନୂଆବର୍ଷରୁ ଓଡ଼ିଶାର ପ୍ରମୁଖ ମନ୍ଦିରରେ ବଦଳିଛି କେତେ ନିୟମ । ମହାପ୍ରଭୁଙ୍କ ଶ୍ରୀମନ୍ଦିର ସହ ଲିଙ୍ଗରାଜ ମନ୍ଦିରରେ କିଛି ନିୟମରେ ପରିବର୍ତ୍ତନ କରାଯାଇଛି ।
ଶ୍ରୀମନ୍ଦିରରେ ଆଜି ଠାରୁ ଅଶାଳୀନ ପୋଷାକ ଉପରେ ରୋକ ଲଗାଯାଇଛି । ଏହା ସହ ପାନ, ଗୁଟଖା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ପଲିଥିନକୁ ମଧ୍ୟ ବ୍ୟାନ କରାଯାଇଛି ।

ସେହିପରି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ନୂଆ ନିୟମ ଲାଗୁଲ ହୋଇଛି । ଲିଙ୍ଗରାଜ ମନ୍ଦିରରେ ଗୁଟ୍ଖା, ପାନ, ସିଗାରେଟ୍ ଭଳି ତମାଖୁ ଜାତୀୟ ପଦାର୍ଥ ନେବା ଉପରେ କଟକଣା ଲାଗୁ କରିଛି ମନ୍ଦିର ପ୍ରଶାସନ । ଖାଲି ସେତିକି ନୁହେଁ ଏଣିକି ଓମଫେଡ୍ ଘିଅ ରେ ପ୍ରଭୁ ଲିଙ୍ଗରାଜଙ୍କ କୋଠଭୋଗ ହେବ ।
ପୂର୍ବରୁ ଅବଢ଼ା ପ୍ରସ୍ତୁତିରେ ବିଭିନ୍ନ କମ୍ପାନୀର ଘିଅରେ ରନ୍ଧା ହେଉଥିବାବେଳେ ଏବେ କେବଳ ଓମ୍ଫେଡ଼୍ ଘିଅରେ ହିଁ ମହାପ୍ରଭୁଙ୍କ ଭୋଗ ରନ୍ଧା ହେବ । ଏହା ସହ ମନ୍ଦିର ଭିତର ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ପଲିଥିନ୍ ଓ ପ୍ଲାଷ୍ଟିକ୍ ଭିତରକୁ ନେଇ ପାରିବେ ନାହିଁ ଶ୍ରଦ୍ଧାଳୁ । ପଲିଥିନ୍ ପରିବର୍ତ୍ତେ ମାଟି ପାତ୍ର, ତମ୍ବା କିମ୍ବା ପିତ୍ତଳ ପାତ୍ରରେ କ୍ଷୀର ନେବେ ଶ୍ରଦ୍ଧାଳୁ । ସେହିପରି ଫୁଲ ଓ ଭୋଗ ପାଇଁ ତାଳପତ୍ର ଭୋଗେଇ, ବାଉଁଶ ଚାଙ୍ଗୁଡି ଆଦି ବ୍ୟବହାର କରାଯିବ ।
ମନ୍ଦିର ଭିତରେ ତମାଖୁ ବ୍ୟବାହର ଫଳରେ ଛେପ ପକାଇ ସମଗ୍ର ଆଧ୍ୟାତ୍ମିକ ପରିବେଶକୁ ନଷ୍ଟ କରାଯାଉଛି । ଯାହାଫଳରେ ଭକ୍ତ ଅସନ୍ତୋଷ ବୃଦ୍ଧି ପାଉଛି ଓ ଆଧ୍ୟାତ୍ମିକ ବାତ୍ତାବରଣ କ୍ଷୁର୍ଣ୍ଣ ହେଉଛି । ସେନେଇ ତମାକୁ ଓ ମାଦକଦ୍ରବ୍ୟ ଉପରେ କଡା କଟକଣା ଲାଗୁ କରାଯାଇଛି । ଏହାଦ୍ୱାରା ମନ୍ଦିର ପରିବେଶ ସଫା ରହିବା ସହ ଏକ ସୁସ୍ଥ ପରିବେଶ ଗଠନ ହେବ । ସେନେଇ ଆଜି ନୂଆ ବର୍ଷର ପ୍ରଥମ ଦିନରୁ ଏହି ନିୟମ କଡାକଡି ହେବ । ଏଥିପାଇଁ ଟ୍ରଷ୍ଟ ବୋର୍ଡର ବୈଠକରେ ଅନୁମତି ପରେ ସେବାୟତ ମୁଖ୍ୟଙ୍କୁ ଚିଠି ଲେଖାଯାଇଛି ।












Click it and Unblock the Notifications