ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବଢ଼ିଲା । 6 ମାସର ବୃଦ୍ଧି ପରେ ସୁରେଶ ମହାପାତ୍ର 28 ଫେବୃଆରୀ 2023 ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ପଦବୀରେ ରହିବେ ।
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବଢ଼ିଲା । 6 ମାସର ବୃଦ୍ଧି ପରେ ସୁରେଶ ମହାପାତ୍ର 28 ଫେବୃଆରୀ 2023 ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ପଦବୀରେ ରହିବେ । ଏହା ସେପ୍ଟେମ୍ବର ପହିଲାରୁ ଲାଗୁ ହେବ ।

ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ 6 ମାସ ବୃଦ୍ଧି ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ କେନ୍ଦ୍ରରୁ ଅନୁମୋଦନ ମିଳିଛି । ଏହା ପରେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର 1 ରୁ 28 ଫେବୃଆରୀ 2023 ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।
ପୂର୍ବରୁ ମଧ୍ୟ ସୁରେଶ ମହାପାତ୍ରଙ୍କର 6 ମାସ କାର୍ଯ୍ୟକାଳ ବଢ଼ିଥିଲା । 2022 ଫେବୃଆରୀରେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା । କିନ୍ତୁ ପ୍ରଥମ ଦଫାରେ 6 ମାସ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା ।












Click it and Unblock the Notifications