କୱାଲିରେ ଟଙ୍କା ଉଡ଼ାଇ ଚର୍ଚ୍ଚାରେ ମନ୍ତ୍ରୀ
ସୁନ୍ଦରଗଡ଼: କେବେ ଷ୍ଟେଜ୍ ରେ ଡ୍ୟାନ୍ସ କରି ତ କେବେ କୱାଲିରେ ଟଙ୍କା ଉଡ଼ାଇ ଚର୍ଚ୍ଚାରେ ମନ୍ତ୍ରୀ ସାରଦା ନାୟକ । କିଛି ଦିନ ତଳେ ଷ୍ଟେଜ ଉପରେ ମେଁ ହୁଁ ଡନ ଗୀତରେ ନାତି ଚର୍ଚ୍ଚାକୁ ଆସିଥିଲେ ମନ୍ତ୍ରୀ । ଏବେ କୱାଲି କାର୍ଯ୍ୟକ୍ରମରେ ଟଙ୍କା ଉଡାଇ ମନ୍ତ୍ରୀ ସାରଦା ନାୟକ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ସୁନ୍ଦରଗଡ ହୋଟେଲ ଜେଡିଆର ଠାରେ ଆୟୋଜିତ କୱାଲି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କବାଲି ପରିବେଷଣ କରୁଥିଲେ କବାଲି ଗାୟକ ରାଇସ ଅନିସ । କବାଲିର ତାଳେ ତାଳେ ଝୁମୁଥିଳେ ମନ୍ତ୍ରୀ । ଆଉ ତା' ପରେ ଉଡାଇବାକୁ ଲାଗିଲେ ଟଙ୍କା । ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ସୁନ୍ଦରଗଡଠାରେ ଆୟୋଜିତ ମୁସଲିମ ୟୁଥ କମିଟି ପକ୍ଷରୁ ଆୟୋଜିତ କବାଲି କାର୍ଯ୍ୟକ୍ରମରେ । ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ସୁନ୍ଦରଗଡ ସହରର ଏକ ହୋଟେଲରେ ଚାଲିଥାଏ କବାଲି କାର୍ଯ୍ୟକ୍ରମ । କବାଲି ପରିବେଷଣ କରୁଥାନ୍ତି ଗାୟକ ରାଇସ ଅନିସ । ଗୋଟିଏ ପରେ ଗୋଟିଏ କବାଲି ଗାଇ ଚାଲିଥାନ୍ତି । ଏହି ସମୟରେ ଗାଇଲେ ସୋସିଆଲ ମିଡିଆର ହିଟ କବାଲି ସାଁପ ଡସେ ତୋ ଦୋସ୍ତ ବଚାଏ..ଦୋସ୍ତ ଡସେ ତୋ କୌନ ବଚାଏ...।'
ତାପରେ ଉଡିଲା ଟଙ୍କା । ପୁଳା ପୁଳା ଟଙ୍କା । କିଏ 500 ଟଙ୍କିଆ ତ କିଏ 100, କିଏ ପୁଣି 10 ବା 20 ଟଙ୍କା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଶ୍ରମମନ୍ତ୍ରୀ ସାରଦା ନାଏକ । ସେ ମଧ୍ୟ ଟଙ୍କା ଉଡାଇବାକୁ ଲାଗିଲେ ।
ଭିଡ ଭିତରେ ମନ୍ତ୍ରୀ ଏପରି ଟଙ୍କା ଉଡାଉଥିବା ଦୃଶ୍ୟ କେହି ସୁଟ କରି ଏହାକୁ ଭାଇରାଲ କରିଛି । ଏହାକୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଥିବାବେଳେ ମନ୍ତ୍ରୀ ସାରଦା ନାଏକ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି ।












Click it and Unblock the Notifications