Get Updates
Get notified of breaking news, exclusive insights, and must-see stories!

ASO ଚୟନରେ ଅନିୟମିତତା ପ୍ରସଙ୍ଗ, ଶୁଣାଣି ପରେ ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

କଟକ: ଏଏସ୍ଓ ଚୟନ ଅନିୟମିତତା ପ୍ରସଙ୍ଗରେ ସରିଛି ଶୁଣାଣି । ଏକାଧିକ ଅପିଲର ଶୁଣାଣି ହାଇକୋର୍ଟ ଡିଭିଜନ ବେଞ୍ଚରେ ଶେଷ ହୋଇଛି । ଏହା ପରେ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି ।

ଏଏସଓ ଚୟନକୁ ନେଇ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠଙ୍କ ଗତ ମେ' 19 ତାରିଖର ରାୟକୁ ଚ୍ୟାଲେଞ୍ଜ କରି ଦାୟର 3ଟି ମାମଲାର ରାୟ ସଂରକ୍ଷିତ ରହିଛି । ସମସ୍ତ ପକ୍ଷଙ୍କୁ ଶୁଣିବାପରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି ।

ASO

ଉଲ୍ଲେଖଥାଉକି, ଗତ 2022 ମସିହାରେ 796 ଏଏସଓ ପଦବୀ ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ଏଥିପାଇଁ ଲିଖିତ ପରୀକ୍ଷା ଦେଇଥିବା ମୋଟ 1 ଲକ୍ଷ 48 ହଜାର 888 ଜଣ ଆବେଦନାକାରୀଙ୍କ ମଧ୍ୟରୁ 1104 ଜଣ କୃତକାର୍ଯ୍ୟ ହୋଇଥିବା ନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ତେବେ କ୍ଷମତା ବାହାରକୁ ଯାଇ ଓପିଏସସି ମାର୍କିଙ୍ଗ ପଦ୍ଧତିରେ ପରିବର୍ତ୍ତନ କରି ମେରିଟ ଲିଷ୍ଟ ପ୍ରକାଶ କରିଥିଲା ବୋଲି ଅଭିଯୋଗ ହୋଇଥିଲା ।

ଓପିଏସସିର ଚୟନ ପ୍ରକ୍ରିୟାରେ ତ୍ରୁଟି ଥିବା ଦର୍ଶାଇ ମେରିଟ ଲିଷ୍ଟରୁ ବାଦ୍ ପଡ଼ିଥିବା ଅନେକ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସମସ୍ତ ମାମଲାର ଏକାକାଳୀନ ଶୁଣାଣି କରି ଜଷ୍ଟିସ ଆଦିତ୍ୟ ମହାପାତ୍ରଙ୍କ ଜଣିକିଆ ଖଣ୍ଡପୀଠ ଓପିଏସସିର ମେରିଟ ଲିଷ୍ଟକୁ ଖାରଜ କରିବା ସହ 2 ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ କୋର୍ଟ ଗତ ମେ 19 ତାରିଖରେ ରାୟ ଶୁଣାଇଥିଲେ । ଓଡ଼ିଶା ସେକ୍ରେଟାରିଏଟ (ମେଥଡ ଅଫ୍ ରିକ୍ରୁଟମେଣ୍ଟ) ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସ ଅଫ୍ ଏଏସଓ ରୁଲ୍ସ, 2016 ର ଉଲ୍ଲଂଘନ କରି ବିଷୟ ଭିତ୍ତିକ ସର୍ବନିମ୍ନ ନମ୍ବର ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ପ୍ରକାଶିତ ମେଧା ତାଲିକା ରଦ୍ଦ କରାଯାଉଛି ବୋଲି ହାଇକୋର୍ଟ ତାଙ୍କ ରାୟରେ ଦର୍ଶାଇଥିଲେ ।

ହାଇକୋର୍ଟଙ୍କ ରାୟରେ ତ୍ରୁଟି ରହିଥିବା ଦର୍ଶାଇ ଓପିଏସସି ଏବଂ ଅନ୍ୟମାନଙ୍କ ପକ୍ଷରୁ 3ଟି ପୃଥକ ଅପିଲ ଦାୟର ହୋଇଥିଲା । ଏହି ମାମଲାର ଏକାକାଳୀନ ଶୁଣାଣି ଶେଷ କରି ହାଇକୋର୍ଟ ଆଜି ରାୟ ସଂରକ୍ଷିତ ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+