ଅପ୍ରେଲ 3 ରୁ ଆରମ୍ଭ ହେବ 2023-24 ଶିକ୍ଷା ବର୍ଷ ପାଠପଢା

ଭୁବନେଶ୍ୱର : ଶିକ୍ଷା ବର୍ଷ 2023-24 ପାଇଁ ଅପ୍ରେଲ 3 ତାରିଖରୁ ଆରମ୍ଭ ହେବ ପାଠପଢା । ଏଥିସହ ସୋମବାର ଠାରୁ ସବୁ ବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଚାଲିବ ।
ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଆରମ୍ଭ ହେବ । ଏହା ସହିତ ଗ୍ରୀଷ୍ମ ଋତୁ ପାଇଁ ଅପ୍ରେଲ 11 ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢା ସକାଳ 7 ଟାରୁ ପୂର୍ବାହ୍ନ 11 ଟା 30 ମିନିଟ୍ ପର୍ଯ୍ୟନ୍ତ ଚାଲିବ ।
ସ୍ଥଳବିଶେଷରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଚିରେ ରଖି ଜିଲ୍ଲାପାଳ ମାନେ ସେମାନଙ୍କ ଜିଲ୍ଲାରେ ସ୍କୁଲମାନଙ୍କର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ ।
ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଚିରେ ରଖି ବିଦ୍ୟାଳୟ ମାନଙ୍କରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇବା ପାଇଁ ବିଦ୍ୟାଳୟ କର୍ତ୍ତୁପକ୍ଷ ଯତ୍ନବାନ ହେବେ ।












Click it and Unblock the Notifications