Weather Update: 40 ଛୁଇଁବ ପାରଦ, ଦୁଇ ଦିନ ପରେ କାଳବୈଶାଖୀ
Weather Update: ସାରା ରାଜ୍ୟରେ ବଢୁଛି ତାତିର ପ୍ରକୋପ । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଉପର ମୁହାଁ ହେଉଛି ପାରଦ । ଫଲରେ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି । ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହରେ କୌଣସି ପରିବର୍ତ୍ତନ ନ ହେବାର ସମ୍ଭାବନା ଥିବା ବେଳେ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇପାରେ । ସେହିପରି ରାତିର ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ ।

ଏ ନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଏହାସହିତ ଚଳିତ ମାସ 30 ରୁ ଏପ୍ରିଲ ପହିଲା ଯାଏଁ କାଳବୈଶାଖୀ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ବିଜୁଳି ଘଡ଼ଘଡ଼ି ଓ ବର୍ଷା ସହିତ 30-40 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।
ବୁଧବାର ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା 38.5 ଡିଗ୍ରୀ ରେକର୍ଡ଼ ହୋଇଥିବାବେଳେ ନୟାଗଡ଼ରେ 38.2 ଡିଗ୍ରୀ, ମାଲକାନଗିରି, ଭବାନୀପାଟଣା ଓ ବଲାଙ୍ଗୀରରେ 38 ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ଼ ହୋଇଥିଲା । ଭୁବନେଶ୍ବରରେ 36.1 ଡିଗ୍ରୀ ଏବଂ କଟକରେ 36.5 ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିଲା । ସେହିପରି ବୁଧବାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି । 28 ଓ 29 ତାରିଖ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।












Click it and Unblock the Notifications