ମିଳିବ ଆଶ୍ୱସ୍ତି, 3-5 ଡିଗ୍ରୀ କମିବ ତାତି

ଭୁବନେଶ୍ୱର: ଗତ କିଛି ଦିନ ହେବ ସାରା ଓଡ଼ିଶାକୁ କଲବଲ କରୁଛି ପ୍ରଚଣ୍ଡ ଖରା ଓ ଗୁଳୁଗୁଳି । ଘରୁ ବାହାରି ପାରୁନାହାଁନ୍ତି ଲୋକ । ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଏହିପରି ଆହୁରି 3 ଦିନ ଯାଏଁ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ଏହା ପରବର୍ତ୍ତୀ 2 ଦିନରେ 3-5 ଡ଼ିଗ୍ରୀ ଯାଏଁ ତାପମାତ୍ରା କମିବା ସମ୍ଭାବନା ରହିଛି । ଯାହାକି ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେବ ।

heat wave

ଏପରିକି ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ସମ୍ବଲପୁର । ସେଠାରେ ପାରଦ 45 ଡିଗ୍ରୀ ପାର୍ ହୋଇଛି । ସେହିପରି 40 ଡିଗ୍ରୀ ପରେ ରହିଛି ଆହୁରି ତିନି ସହର । ଦିନ 2.30 ସୁଦ୍ଧା ଝାରସୁଗୁଡାରେ ତାପମାତ୍ରା 44.4 ଡ଼ିଗ୍ରୀ, ଭୁବନେଶ୍ୱର ଓ ହୀରାକୁଦରେ ୪୪ ଡ଼ିଗ୍ରୀ ରହିଛି । ଚାନ୍ଦବାଲିରେ 36.2 ଡ଼ିଗ୍ରୀ, ଗୋପାଳପୁର‌ରେ 35 ଡ଼ିଗ୍ରୀ, ପାରାଦୀପରେ 34.2 ଡ଼ିଗ୍ରୀ, ପୁରୀରେ 34 ଡ଼ିଗ୍ରୀ, ବାଲେଶ୍ୱରରେ 33.4 ଡ଼ିଗ୍ରୀ ଓ କେନ୍ଦୁଝରରେ 30.4 ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+