କଲବଲ କରୁଛି ତାତି, ସକାଳ ସାଢେ 8 ସୁଦ୍ଧା 32 ଛୁଇଁଲା ତାପମାତ୍ରା
Heat Wave: ରାଜ୍ୟରେ ବଢୁଛି ତାତି । ପ୍ରଚଣ୍ଡ ଖରା ସହ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛି ସାରା ଓଡ଼ିଶା । ଏମିତିକି ସକାଳୁ ସକାଳୁ ପାରଦ 32 ଛୁଇଁଛି । ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ, ଆଜି ସକାଳ ସାଢେ 8 ସୁଦ୍ଧା ବାଲେଶ୍ୱର 32 ଡିଗ୍ରୀ ହେବା ସହ ସବୁଠାରୁ ଉତ୍ତପ୍ତ ସହର ହୋଇଛି ।
ସେହିପରି ଭୁବନେଶ୍ୱରରେ 30.8 ଡିଗ୍ରୀ, ଚାନ୍ଦବାଲିରେ 30.4 ଡିଗ୍ରୀ, ପୁରୀରେ 30 ଡିଗ୍ରୀ, ସମ୍ବଲପୁରରେ 30 ଡିଗ୍ରୀ, ରାଉରକେଲାରେ 29.8 ଡିଗ୍ରୀ, ପାରାଦୀପରେ 29.6 ଡିଗ୍ରୀ, ଝାରସୁଗୁଡାରେ 29.4 ଡିଗ୍ରୀ, କେନ୍ଦୁଝରରେ 29.6 ଡିଗ୍ରୀ, ହୀରାକୁଦରେ 28.4 ଡିଗ୍ରୀ, ଗୋପାଳପୁରରେ 27.8 ଡିଗ୍ରୀ ରହିଛି ତାପମାତ୍ରା ।

ଏପରିକି ଦିନ ତାପମାତ୍ରା ଆହୁରି ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ ଦିନରେ ତାପମାତ୍ରା ବଢିବା ସହ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ମେ ଓ ଜୁନ୍ ମାସରେ ପ୍ରଚଣ୍ଡ ତାତି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।












Click it and Unblock the Notifications