କାନ୍ଥ ବାଡ଼ରେ ମାରୁଛନ୍ତି କି TO-LET, ତିନି ସଂସ୍ଥାକୁ 50 ହଜାର ତଣ୍ଡ
ଭୁବନେଶ୍ୱର: କାନ୍ଥବାଡ଼ କିମ୍ବା ବିଦ୍ୟୁତ ଖୁଣ୍ଟରେ TO-LET ମାରୁଛନ୍ତି କି ? ତେବେ ସାବଧାନ । ଏଭଳି TO-LET ବିଜ୍ଞାପନ ଲଗାଇଥିବା ଲୋକ ଓ ସଂସ୍ଥା ଉପରେ ବାଜିଛି ବିଏମସିର ଛାଟ । ଚାରିଆଡ଼େ ପୋଷ୍ଟର ମାରିଥିବାରୁ ତିନୋଟି ସଂସ୍ଥା ଉପରେ 50 ହଦାର ଟଙ୍କା ଲେଖାଏଁ ଫାଇନ୍ ପକାଇଛି ବିଏମସି । 3ଟି ସଂସ୍ଥା ନୟାପଲ୍ଲୀ ଅଞ୍ଚଳର ବୋଲି ଜଣାଯାଇଛି । ଏହାସହ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାମରେ ନୟାପଲ୍ଲୀ ଥାନାର ଥାନାରେ ଏତଲା କରିଛି ବିଏମସି ।

କିଛି ସଂସ୍ଥା ଓ ଘର ମାଲିକ ଭଡ଼ାରେ ଦେବା ପାଇଁ କାନ୍ଥବାଡ଼, ବିଦ୍ୟୁତ ଖୁଣ୍ଟ ଓ ସରକାରୀ ଜାଗାରେ TO-LET ଲେଖି ମାରୁଛନ୍ତି । ଯାହାଦ୍ୱାରା ସହରର ସୌନ୍ଦର୍ଯ୍ୟକରଣ ନଷ୍ଟ ହେଉଛି । ଏନେଇ ବିଏମସି ଲୋକମାନଙ୍କୁ ପୂର୍ବରୁ ସଚେତନ କରିଥିଲା । ଏବେ 3 ସଂସ୍ଥା ସରକାରୀ ଜାଗାରେ TO-LET ମାରିବା ଅଭିଯୋଗରେ 50 ହଜାର ଟଙ୍କା ଲେଖାଏଁ ଫାଇନ ଆଦାୟ କରିଛି । ହେଲେ ଜଣେ ବ୍ୟକ୍ତି ନିଜ ଘର ଭଡ଼ାରେ ଲଗାଇବାକୁ ଚାହିଁଲେ ସେ ନିଜ ଘର ଆଗରେ TO-LET ମାରିପାରିବ ବୋଲି କୁହାଯାଇଛି ।
Team BMC imposed penalty of
— BMC (@bmcbbsr) December 11, 2023
Rs 50,000(each) & FIR filed against these 3 agencies for affixing massive (To-let) posters across the city walls, poles, etc.#BhubaneswarFirst pic.twitter.com/r3eBXd3MSp
କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ TO-LET ବିଜ୍ଞାପନ ଲଗାଇ ଲୋକଙ୍କଠାରୁ ଠକେଇ ସହ ହଇରାଣ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ବିଏମ୍ସି ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛି ।












Click it and Unblock the Notifications