ସ୍କୁଲ୍ ଛାତରୁ ଖସିଲା ସିଲିଂ, ଆହତ ହେଲେ ଶିକ୍ଷକ, ଶିକ୍ଷୟତ୍ରୀ

ସ୍କୁଲ ଛାତରୁ ଖସିଲା ସିଲିଂ । ଆହତ ହେଲେ ଶିକ୍ଷୟିତ୍ରୀ ଓ ଦୁଇ ଶିକ୍ଷକ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ । ଶିକ୍ଷୟିତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି ।

school sealing

ତାଳଦା ଏଡବାଂଶ ପଢ଼ିଆରୀ ବିଦ୍ୟାପୀଠ ହେଉଛି ବହୁ ପୁରାତନ ସ୍କୁଲ । ଏହି ସ୍କୁଲକୁ ରାଜ୍ୟ ସରକାର 5 ଟିରେ ଅନ୍ତର୍ଭୁକ୍ତ କରିଥିଲେ । 5 -ଟିରେ ଅନ୍ତର୍ଭୁକ୍ତ ହେବା ପରେ ଗତବର୍ଷ ସ୍କୁଲକୁ ନବୀକରଣ କାର୍ଯ୍ୟ କରାଯାଇଥିଲା । ତା'ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍କୁଲକୁ ଲୋକାର୍ପିତ କରିଥିଲେ । ଏହାକୁ ଏକ ବର୍ଷ ପୁରିନଥିବା ବେଳେ ଆଜି ସେହି ସ୍କୁଲରେ ଅଘଟଣ ଘଟିଛି ।

ମଧ୍ୟାହ୍ନରେ ସବୁ ଶିକ୍ଷକ ଓ ଶିକ୍ଷୟିତ୍ରୀ କମନ୍‌ ରୁମ୍‌ରେ ବସିଥିଲେ । ଠିକ୍‌ ସେହି ସମୟରେ ଛାତରୁ ସିଲିଂ ଖସି ପଡ଼ିଥିଲା । ଫଳରେ ଆର୍ଟ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତି, ସହକାରୀ ଶିକ୍ଷକ ତ୍ରିଲୋଚନ ବେହେରା ଓ ଦୈତାରୀ ବେହେରା ଆହତ ହୋଇଥିଲେ । ସମସ୍ତଙ୍କୁ ବାଲିକୁଦା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା ।

ତେବେ ଆର୍ଟ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତିଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟିହୋଇ ପ୍ରବଳ ରକ୍ତଶ୍ରାବ ହୋଇଛି । ତେଣୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି । ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି । ନିମ୍ନମାନର କାମ ଯୋଗୁ ସିଲିଂ ଖସିଥିବା ଅଭିଯୋଗ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+